ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ସଂଯୁକ୍ତା ଦାସ।

0

କେନ୍ଦୁଝର,ତା୨୨/୬- ନିକଟରେ କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟ ସ୍ତରୀୟ କ୍ୟୁରୋଗୀ ଓ ପୁମସେ ପ୍ରତିଯୋଗିତାରେ କେନ୍ଦୁଝର ପ୍ରତିଯୋଗୀ ମାନେ ସଫଳତା ଲାଭ କରିଛନ୍ତି। ୧୪ବର୍ଷରୁ କମ ବାଳିକା ବିଭାଗରେ କେନ୍ଦୁଝର ସହରର ସଂଯୁକ୍ତା ଦାସ ଭାଗ ନେଇ ମୋଟ ୫ଟି ସ୍ଵର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । କ୍ୟୁରୋଗୀ ୩୩ କିଲୋଗ୍ରାମ ବର୍ଗରେ ରୌପ୍ୟ ଏଥିସହ ସେ ପୁମସେ ଇଣ୍ଡିଭିଜୁଆଲରେ ସ୍ବର୍ଣ୍ଣ, ପେଆରରେ ସ୍ଵର୍ଣ୍ଣ,ନ୍ଯୁ ପୁମସେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ,ନ୍ୟୁ ପୁମସେ ପେଆରରେ ସ୍ୱର୍ଣ୍ଣ ଓ ଫ୍ରିଷ୍ଟାଇଲ ପୁମସେରେ ସ୍ବର୍ଣ୍ଣପଦକ ପାଇଛନ୍ତି। ତାଙ୍କର ଏହି ସଫଳତା ଲାଗି ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି। ସେ କେନ୍ଦୁଝରର କେ ୱାରିୟର ଟାଇକୋଣ୍ଡୋ ଏକାଡେମୀର କୁନୁ ସାରଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେଉଥିଲେ। ତାଙ୍କର ଏହି ସଫଳତା ଲାଗି ପିତା ସୁବ୍ରତ ଦାସ ଓ ମାତା ଶାଶ୍ଵତୀ ଦାସ ଖୁସି ପ୍ରକଟ କରିଛନ୍ତି। ଏହି ସଫଳତା ଲାଗି ଶ୍ରେୟ ସେ କୁନୁ ସାର୍, ସାଥୀ ଖେଳାଳି ତଥା ରାଜ୍ୟ ଟାଇକୋଣ୍ଡୋ ସଂଘ ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କୁ ଦେଇଛନ୍ତି। ଆଗାମୀ ଦିନରେ ସଂଯୁକ୍ତା ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.