ମାଲାଭରମରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୩୦ଟି ମାମଲାର ହେଲା ବିଚାର

0

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ କାଲିମେଳା ପଞ୍ଚାୟତ ସମିତି ଅନ୍ତର୍ଗତ ମାଲାଭରମଠାରେ ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ଶିବିରରେ ଜିଲ୍ଲାପାଳ ଏବଂ ଏସପି ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ। ଏହି ଶିବିରରେ ମୋଟ ୩୦ ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୨୦ ଟି ଅଭିଯୋଗ ବିଭିନ୍ନ ଗ୍ରାମର ସାମୂହିକ ସମସ୍ୟାକୁ ନେଇ ହୋଇଥିବା ବେଳେ ୯ ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିଲା। ପ୍ରଶାସନ ପକ୍ଷରୁ ସେହି ସ୍ଥାନରେ ହିଁ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ବାକି ରହିଥିବା ଅଭିଯୋଗ ଗୁଡ଼ିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.