-
ଲୋକଙ୍କ ପାଖରେ ପ୍ରଶାସନ: ସୋରଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର, ବଣ୍ଟାଗଲା ସହାୟତା
-
ସୋରଡ଼ା ପଞ୍ଚାୟତ ସମିତିରେ ଜିଲ୍ଲା ସ୍ତରୀୟ ଜନଶୁଣାଣୀ; ସହାୟତା ପାଇଲେ ଦିବ୍ୟାଙ୍ଗ ଓ ହିତାଧିକାରୀ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ; ସୋରଡ଼ାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ସୋମବାର ଜୁନ୍ ମାସ ୨୨ ଦିନ ଅନୁଷ୍ଠିତ ହୋଇଯାଇଛି। ଏହା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ୱାସନ ଭି’ଙ୍କ ଅଧ୍ୟକ୍ଷତାରେ ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୩୭ଟି ସମସ୍ୟାର ଶୁଣାଣି କରାଯାଇ ୩ଟିର ତୁରନ୍ତ ସମାଧାନ କରାଯାଇଛି ଏବଂ ଅନ୍ୟ ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ରେଡକ୍ରସ୍ ପାଣ୍ଠିରୁ ୬ ଜଣଙ୍କୁ ଆର୍ଥିକ ସହାୟତା, ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସାଇକେଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ପ୍ରୋବେଷନାରି ଆଇ.ଏ.ଏସ୍ ଭଞ୍ଜନଗର ଉପଜିଲ୍ଲାପାଳ ଏବଂ ଏସ୍ ପି ଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଶ୍ରୀ ସମୀର କୁମାର ଜେନା ,
ପ୍ରୋବେଷନାରି IAS ସରନ୍ୟା ସର୍ବଣା , ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ହରିଶ ବି.ସି, ମୋଟ ୧୩୭ଟି ଅଭିଯୋଗର ଶୁଣାଣୀ କରିଥିଲେ । ୩ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା
ବେଳେ ଅନ୍ଯ ଅଭିଯୋଗର ତ୍ବରିତ୍ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୬ଜଣ ବ୍ଯକ୍ତି ଙ୍କୁ ଆର୍ଥିକ ସହାୟତା ୩୨,୫୦୦ ଟଙ୍କା, ୨ ଜଣ ଦିବ୍ୟାଙ୍ଗ ଙ୍କୁ ତିନି ଚକିଆ ସାଇକେଲ , ୨ଜଣ ଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିଲା , ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ ।
ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର , ତହସିଲଦାର ଗୋପାଳକୃଷ୍ଣ ରାଉତରାୟ , ସମସ୍ତ ପ୍ରଶାସନ ତଥା ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ।