ରାଉଲକେଲା/ସାରନଗରୀ,(ବସନ୍ତ କୁମାର ଜେନା): ଜୀବନଚର୍ଯ୍ୟା, ଶରୀରଚର୍ଯ୍ୟା ଓ ସମାଜଚର୍ଯ୍ୟାର ମୂଳମନ୍ତ୍ର ହେଉଛି ଯୋଗ । ଯୋଗ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ଚାବିକାଠି । ଯୋଗ ଦ୍ୱାରା ଶାରୀରିକ ଓ ମାନସିକକୁ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୁଏ ବୋଲି ଆଜି ପୂର୍ବାହ୍ନରେ ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡି ପଏଂଟ ଠାରେ ଆୟୋଜିତ ଆର୍ନ୍ତଜାତିକ ଯୋଗ ଦିବସ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେଏକତ୍ରିତ ହୋଇ ଆର୍ନ୍ତଜାତିକ ଯୋଗ ଦିବସ ପାଳନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଗୁରୁ କୃଷ୍ଣଚନ୍ଦ୍ର ସାହୁ,ଶରତ ଚନ୍ଦ୍ର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ନିଜ ବକ୍ତ୍ୟବରେ କହିଥିଲେ ଯେ, ଯୋଗ ମାଧ୍ୟମରେ ଚରିତ୍ର ନିର୍ମାଣ, ଦେଶପାଇଁ ତ୍ୟାଗ ଓ ସଂସ୍କୃତିକୁ ବଂଚାଇବାର ପ୍ରୟାସ ଅଭିନନ୍ଦନୀୟ ବୋଲି ମତ ରଖିଥିଲେ । ସ୍ୱାସ୍ଥ୍ୟର ସୁରକ୍ଷା ଓ ସମାଜରୁ କୁସଂସ୍କାର ଦୂରେଇବା କ୍ଷେତ୍ରରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅତି ପ୍ରାଚୀନ କାଳରୁ ଯୋଗ ଭାରତବର୍ଷର ସଂସ୍କୃତି, ସ୍ଥାପତ୍ୟ ଓ କଳା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏଣୁ ଯୋଗକୁ ଆପଣାଇ ପାରିଲେ ବ୍ୟକ୍ତିଗତ ସହ ସମାଜର ଉନ୍ନତି ସାଧିତ ହୋଇ ପାରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର ବାରିକ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.