ବ୍ରହ୍ମପୁର / ଜୁନ ୨୧ ତାରିଖରେ ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ପ୍ରଖ୍ୟାତ ଯୋଗଗୁରୁ ଶ୍ରୀ ସୁବାସ ଚନ୍ଦ୍ର ବରାଳଙ୍କ ତତ୍ତ୍ୱାବଧାନରେ ସକାଳ ୭ଟାରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପ୍ରାର୍ଥନା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ଅଭ୍ୟାସ କରାଯାଇଥିଲା।
ଏହି ଅବସରରେ ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର (ଡ଼.) ପି. କେ. ପାତି , ପୂର୍ବତନ ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ ଡ଼. ସିଦ୍ଧେଶ୍ୱର ବେହେରା , ଡ଼. କୈଳାଶ ଚନ୍ଦ୍ର ପାତ୍ର ଓ ଡ଼. ଉଜ୍ଜ୍ୱଳା ସାହୁ , କଲେଜର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ , ହସ୍ପିଟାଲ କର୍ମଚାରୀ , ଛାତ୍ରଛାତ୍ରୀ , ଇଣ୍ଟର୍ଣ୍ଣ ଏବଂ ହସ୍ପିଟାଲକୁ ଆସିଥିବା ରୋଗୀମାନେ ଯୋଗଦେଇ ୪୫ ମିନିଟ୍ ଧରି ସାଧାରଣ ଯୋଗ ପ୍ରୋଟୋକଲ ଅଭ୍ୟାସ କରିଥିଲେ।
ଉତ୍ସବର ଏକ ଅଂଶ ଭାବେ “ଯୋଗ ଓ ସୁସ୍ଥ ବାର୍ଦ୍ଧକ୍ୟ” ବିଷୟବସ୍ତୁ ଉପରେ ପୂର୍ବରୁ ଆୟୋଜିତ ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯାଇଥିଲା। ପ୍ରତିଯୋଗୀମାନଙ୍କର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେମାନଙ୍କୁ ପ୍ରଶଂସା କରାଯାଇଥିଲା।
ପରିଶେଷରେ ଅଧ୍ୟକ୍ଷା ଡ଼. ଗୀତାଞ୍ଜଳି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ସହ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶାରୀରିକ , ମାନସିକ ଓ ଭାବନାତ୍ମକ ସୁସ୍ଥତା ପାଇଁ ଯୋଗକୁ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ଭାବେ ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହିତ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post