ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ତଥା ଆଚାର୍ଯ୍ୟ , ଆଚାର୍ଯ୍ୟା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
ବିଦ୍ୟାଳୟର ଯୋଗ ଆଚାର୍ଯ୍ୟ ଶ୍ରୀ ମୂରଲୀ ମୋହନ ପ୍ରଧାନଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟକ୍ରମଟି ସଫଳତାର ସହ ପାଳିତ ହୋଇଯାଇଛି । ଇତି ଅବସରରେ ଗଞ୍ଜାମ ବିଭାଗର ବିଭାଗ କାର୍ଯ୍ୟବାହ ଶ୍ରୀଯୁକ୍ତ ମନୋଜ ଚୌଧୁରୀ ଯୋଗ ଗୁରୁ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦ୍ୱାଦଶ ଆନ୍ତର୍ଜାତୀକ ଯୋଗ ଦିବସର ମୁଖ୍ୟ ବିଷୟ “କ୍ରମବର୍ଦ୍ଧିଷ୍ଣୁ ସ୍ୱାସ୍ଥ୍ୟ ପାଇଁ ଯୋଗ” ଆଧାରରେ ଆଜିର ଯୋଗ ଦିବସ ପାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
ସହର ଓ ଗ୍ରାମାଞ୍ଚଳରେ ବେଆଇନ ମଦ ବ୍ୟବସାୟ ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଚାଲିଛି ସ୍ୱତନ୍ତ୍ର ଅଭିଯାନ
Next Post