ସରିଲା ମେଟ୍ରିକ ପରୀକ୍ଷା,ପରୀକ୍ଷା ଫଳ ଅପେକ୍ଷାରେ ପରୀକ୍ଷାର୍ଥୀ

0

ଗାଇସିଲେଟ/କେଦାର ନାଥ ସାହୁ: ଗତ ତା୨୨.୦୨.୨୦୧୯  ରିଖରୁ ଆରମ୍ଭ ହୋଇଥିବା ମେଟ୍ରିକ ବୋର୍ଡ ପରୀକ୍ଷା ଶେଷ ହୋଇଛି।ଗାଇସିଲେଟ ବ୍ଲକରେ ଚଳିତ ବର୍ଷ ୧୧୫୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।ଗାଇସିଲେଟ ବ୍ଲକର ଗାଇସିଲେଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ କଡା ସୁରକ୍ଷା ଭିତରେ ପ୍ରଶ୍ନପତ୍ର ରଖାଯାଇ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପହଞ୍ଚେଇ ଦିଆଯାଉଥିଲା।ଗାଇସିଲେଟ ବ୍ଲକର ଗାଇସିଲେଟ ନୋଡାଲ ଉଚ୍ଚ ବିଦ୍ୟାଳୟ,ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ,ଗନିଆଁପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ,ଶରଧାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ,କଠୋଉମାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ଗୁଦେରପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ପରି ଛଅ ଗୋଟି ପରୀକ୍ଷା କେନ୍ଦ୍ରରେ ପିଲାଏ ପରୀକ୍ଷା ଦେଉଥିଲେ।ଗତ ବର୍ଷଠାରୁ ଚଳିତ ବର୍ଷ ପରୀକ୍ଷା ଫଳ ଭଲ ହବ ବୋଲି ଗାଇସିଲେଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରାମଲାଲ ବରିହା ଜଣେଇଥିବା ବେଲେ ପରୀକ୍ଷାର୍ଥୀ ମାନଙ୍କ ମୁହଁରେ ମଧ୍ୟ ବିଜୟର ଆନନ୍ଦ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ମେଟ୍ରିକ ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ଗାଇସିଲେଟ ବ୍ଲକର ପରୀକ୍ଷା କେନ୍ଦ୍ରଗୁଡିକର ସମସ୍ତ ସୁପାରିନଟେଣ୍ଡେଣ୍ଟ,ଡେପୁଟି ସୁପାରିନଟେଣ୍ଡେଣ୍ଟ  ଏବଂ ସମସ୍ତ ପରୀକ୍ଷକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ସହ ପରୀକ୍ଷାକୁ କଡା ନିରାପତ୍ତା ସହ ଶାନ୍ତିପୁର୍ନଭାବେ ଶୃଙ୍ଖଳା ଦେଇଥିବାରୁ ଗାଇସିଲେଟ ପୋଲିସକୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରାମଲାଲ ବରିହା ସ୍ବାଗତ କରିଛନ୍ତି। ପରୀକ୍ଷାର୍ଥୀ ମାନେ ଏକ ଆଦର୍ଶ ଛାତ୍ରଛାତ୍ରୀର ପଦମର୍ଜାଦାକୁ ଅକ୍ଷୁର୍ଣ୍ଣରଖି ପରୀକ୍ଷା ହଲରେ ଶୃଙ୍ଖଳିତଭାବେ ପରୀକ୍ଷା ଦେଇଥିବାରୁ ଶ୍ରୀ ବରିହା ତାଙ୍କ ପରୀକ୍ଷା ଫଳର ଉନ୍ନତି କାମନା କରିଛନ୍ତି।

 

Leave A Reply

Your email address will not be published.