ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ସରକାରୀ ଜନସମ୍ପର୍କ ଓ ନାଗରିକ ସମ୍ପୃକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ ପ୍ରଥମ କାର୍ଯ୍ୟକ୍ରମ ଭାବେ “ଜାତି-ଜନଜାତି ସମ୍ବାଦ ବୈଠକ” ଆଜି ତା. 18.06.2026 ରିଖ ସକାଳ 10.00 ଘଟିକା ସମୟରେ ଗୁଣପୁର ପୌରପରିଷଦ ଟାଉନ ହଲ୍ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିଦ୍ୟାଧର ଶବର, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ତ୍ରିନାଥ ଗମାଙ୍ଗ, ପୂର୍ବତନ ବିଧାୟକ, ଶ୍ରୀ ସୁଦର୍ଶନ ଶବର, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି, ଗୁଣପୁର, ବରିଷ୍ଠ ଇଡିତାଲ ଚିତ୍ରକର ଶ୍ରୀ ଲକ୍ଷ୍ମଣ ଶବର, ଶ୍ରୀ ସ୍ୱସ୍ତିକ ଜମାଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣପୁର ଏବଂ ଶ୍ରୀ ପ୍ରଦୀପ୍ତ କୁମାର ଦଳାଇ, ସ୍ୱତନ୍ତ୍ର ଅଧିକାରୀ, ଲଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୨୧୫ ଜଣ ଅଂଶଗ୍ରହଣକାରୀ ଯୋଗଦାନ କରିଥିଲେ। ଜନଜାତି ସମାଜର ୩୪ ଜଣ ସ୍ବତନ୍ତ୍ର ବ୍ୟକ୍ତି, ଯଥା ଜନଜାତି ନେତୃବୃନ୍ଦ, କୃଷକ, କ୍ରୀଡ଼ାବିତ୍ ଏବଂ ଇଡିତାଲ ଚିତ୍ରକର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ ବିଭାଗ ପକ୍ଷରୁ ୩୮ ଜଣ ହିତାଧିକାରୀଙ୍କୁ ମୋବାଇଲ୍ ଫୋନ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଉପସ୍ଥିତ ଅତିଥିମାନେ ଜନଜାତି ସମାଜର ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା। ଏହାର ସଫଳ ଆୟୋଜନରେ ବ୍ଲକର ସମସ୍ତ କର୍ମଚାରୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଶିକ୍ଷକମାନେ ସକ୍ରିୟ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.