ସାମାନ୍ୟ କଥାକୁ ନେଇ ନାବାଳକ କୁ ହତ୍ୟା

0

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ଖଜୁରିଆ ଗ୍ରାମର ଆଇ ସନ୍ୟାସୀ ନାମକ ଜଣେ ୧୭ ବର୍ଷ ର ବାଳକକୁ ପିଟି ପିଟି ହତ୍ୟା କରାଯାଇଛି। ଯାହାକି ସାମନ୍ୟ କଥା କୁ ନେଇ।ମୃତ ବାଳକ ଗାଁ ପୋଖରୀ ହୁଡ଼ାରେ ପରିସ୍ରା କରିବା ବେଳେ କିଛି ଯୁବକ ବାରଣ କରିଥିଲା ବେଳେ ବାଳକ ଓ ଯୁବକଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଏହା ପରେ ଘଟଣା ଉଗ୍ରରୂପ ଧାରଣ କରି କିଛି ଯୁବକ ସନ୍ୟାସୀ କୁ ସଂଘବଦ୍ଧଭାବେ ଠେଙ୍ଗାରେ ପିଟି ଗୁରୁତର ଅବସ୍ଥାରେ ତାଙ୍କୁ ଛାଡି ଯାଇଥିଲେ। ଖବର ପାଇ ଗାଁ ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ସନ୍ଦେହ କରି କିଛି ଯୁବକ କୁ ଥାନା ରେ ଅଟକ ରଖିବା ସହ ପୋଲିସ ଘଟଣାସ୍ଥଳରେ ଓ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.