MV-79 ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ମାଲକାନଗିରି ଜିଲ୍ଲା ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଜୟ ଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଦୀର୍ଘ ଦଶ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ MV-79 ଦଳ ଓ ଛତିଶଗଡ଼ର କୋଣ୍ଟା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ନିହାର ରାୟ, ବ୍ଲକ ପ୍ରତିନିଧି ହରବିଳାଶ ମଣ୍ଡଳ,ପରିତୋଷ ସରକାର, ଦୀପକ ଦତ୍ତ,ଗୌର ମଞ୍ଜୁମଦାର, ଭଜହରୀ ଜେନା,ମାଲୁ ନାଥ ଏବଂ ମଲାଭରମ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର ସମେତ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ବିକାଶ ପାଇଁ ଏପରି ଆୟୋଜନର ପ୍ରଶଂସା କରିଥିଲେ।
ରୋମାଞ୍ଚକର ଫାଇନାଲ ମ୍ୟାଚ ଶେଷରେ MV 79 ବିଜୟୀ ଦଳକୁ ଟ୍ରଫି ସହ ୫୦,୦୦୦ ଟଙ୍କା ପୁରସ୍କାର ଏବଂ ଉପବିଜେତା କୋଣ୍ଟା ଦଳକୁ ଟ୍ରଫି ସହ ୩୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି ଖେଳର ଭରପୂର ଆନନ୍ଦ ଉଠାଇଥିଲେ।
ଶେଷରେ ଆୟୋଜକ କମିଟି ପକ୍ଷରୁ ସମସ୍ତ ଅତିଥି, ଖେଳାଳି ଓ ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା।

Leave A Reply

Your email address will not be published.