ଭାଓଲିନା ବୋରୋଙ୍କୁ କିଟ୍ ନହ୍ନିପରୀ ଟାଇଟଲ୍୨୦୧୭ On Dec 30, 2017 19 Share ଚେନ୍ନାଇର ଓଡ଼ିଆ ଝିଅ ଜିତା ମହାପାତ୍ର ପ୍ରଥମ ରନର୍ସଅପ୍ , ପାଟନାର ଅନୁଷ୍କା ସିଂହ ଦ୍ୱିତୀୟ ରନର୍ସ ଅପ୍ ଭୁବନେଶ୍ୱର, : ଗୌହାଟୀର ଭାଓଲିନା ବୋରୋ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୧୭ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୧୭’ର ଫାଇନାଲ୍ ତଥା ମେଗା ରାଉଣ୍ଡ ଶନିବାର ଶେଷ ହୋଇଛି । କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ପରିସରରେ ତିନି ଦିନ ଧରି ଚାଲିଥିବା ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଭାଓଲିନା ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି । ସେମିଫାଇନାଲ୍କୁ ୩୦ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଚେନ୍ନାଇର ଓଡ଼ିଆ ଝିଅ ଜିତା ମହାପାତ୍ର ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ପାଟନାର ଅନୁଷ୍କା ସିଂହ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ଏହି ଦୁଇ ରନର୍ସ ଅପ୍ଙ୍କୁ ଯଥାକ୍ରମେ ଏକ ଲକ୍ଷ ଓ ୫୦ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଫାଇନାଲ୍ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା । ଏହି ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା ମିସ୍ ରାପୁଞ୍ଜେଲ୍ (ସୁନ୍ଦର କେଶ) ପାଇଁ ମୁମ୍ବାଇର ଖ୍ୟାତି ସିଂହ, ଲିଟିଲ୍ ମିସ୍ ଫଟୋଜେନିକ ପାଇଁ ଭାଓଲିନା, ଲିଟିଲ୍ ମିସ୍ ସେଲ୍ଫି ପାଇଁ (ଫେସ୍ବୁକ୍ରେ ସର୍ବାଧିକ ଲାଇକ୍) ପାଇଁ ଦିଲ୍ଲୀର ଅନୁଜା ଚୌହାନ, ଲିଟିଲ୍ ମିସ୍ ଫେସନ୍ ଗାର୍ଲ ପାଇଁ ଶ୍ରୀନଗରର ଆହାନା ନାକ୍ଭି, ଲିଟିଲ୍ ମିସ୍ ଉଇଜ୍କିଡ୍ (କୁଇଜ୍ରେ ସର୍ବାଧିକ ନମ୍ବର) ପାଟନାର ଅନୁଷ୍କା ସିଂହ, ମିସ୍ ସିଣ୍ଡେ୍ରଲା (ଶ୍ରେଷ୍ଠ ବ୍ୟକ୍ତିତ୍ୱ) ପାଇଁ ଭୁବନେଶ୍ୱରର ପି୍ରୟା ସନ୍ତୋଷିନୀ, ମିସ୍ ଉର୍ବଶୀ (ଶ୍ରେଷ୍ଠ ଜ୍ଞାନର ଅଧିକାରିଣୀ) ହାଇଦ୍ରାବାଦ୍ର ଗୌତମୀ ମଦନ ଦେଶମୁଖ, ମିସ୍ କ୍ୟାଟ୍ୱାକ୍ ପାଇଁ ଗୌହାଟୀର ଚୟନିକା ଡେକା, ମିସ୍ ମୋନାଲିସା ପାଇଁ ଜିତା ମହାପାତ୍ର ଏବଂ ମିସ୍ ଆକ୍ଟିଭ୍ ପାଇଁ ଜାମସେଦପୁରର ଅକ୍ଷିତା ସାହୁ ପୁରସ୍କୃତ ହୋଇଥିଲେ । ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ନଗଦ ଅର୍ଥରାଶି, ମୁକୁଟ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏଥର ମୋଟ ୨୧ ଲକ୍ଷ ୫୦ହଜାର ଟଙ୍କାର ପୁରସ୍କାର ରଖାଯାଇଥିଲା । ସେଥି ମଧ୍ୟରୁ ଟାଇଟଲ୍ ବିଜୟିନୀଙ୍କୁ ୩ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ପ୍ରଦାନ ସହ କିଟ୍ ବିଶ୍ୱବିଦ୍ୟାଳୟରେ ଯେ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ କରାଯିବ । ସେହିପରି ପ୍ରଥମ ରନର୍ସ ଅପ୍ଙ୍କୁ ୧ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ଏବଂ କିଟ୍ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ୫୦ହଜାର ଟଙ୍କା ଫି ଛାଡ଼ କରାଯିବ । ଦ୍ୱିତୀୟ ରନର୍ସଅପ୍କୁ ୫୦ହଜାର ଟଙ୍କା ଓ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ ବ୍ୟବସ୍ଥା ରହିଛି । ଏଠାରେ ସୂଚନାଯୋଗ୍ୟ, କୋଲକାତା, ଗୁଆହାଟୀ, ବାଙ୍ଗାଲୋର, ଦିଲ୍ଲୀ, ହାଇଦ୍ରାବାଦ, ପାଟନା ଏବଂ ଭୁବନେଶ୍ୱର ଆଦି ସହରରେ ଆଞ୍ଚଳିକ ଅଡ଼ିସନ୍ ଅନୁଷ୍ଠିତ ହୋଇଥିଲା । ଫାଇନାଲ୍ ରାଉଣ୍ଡରେ ବିଚାରକ ଓ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତି୍ରପାଠୀ, ମୀରା ପରିଡ଼ା, ସୋନିକା ରାୟ, ରେଖା ଖାନ୍, ସୁଚିତ୍ରା ଆୟାର, ବର୍ଷା ପି୍ରୟଦର୍ଶିନୀ, ସୋହିନୀ ମିଶ୍ର, କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତ, ଆଶୁତୋଷ ମିଶ୍ର, ପୁନମ, ଉଦୟ, ଭୂମିକା, ସୁପି୍ରୟା ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଅଚୁ୍ୟତ ସାମନ୍ତ, ପୃଷ୍ଠପୋଷକ ମଳୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 19 Share FacebookTwitterGoogle+ReddItWhatsAppPinterestEmail