ଶରଣକୁଳ ପୋଲିସ ଦ୍ବାରା ୧୭୨ ଲିଟର ବିଦେଶୀ ମଦ ଜବତ: ବେଆଇନ ବିଦେଶୀ ମଦ କାରବାର ଅଭିଯୋଗରେ ୨ ଭାଇ ଗିରଫ,

0 2

ଓଡ଼ଗାଁ ୨୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରଣକୁଳ ଥାନା ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଏଏସଆଇ ସୈନୁଲ ଖାନଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ପଞ୍ଚିରିଡା, ବ୍ରାହ୍ମଣସାହିରୁ ମୋଟ ୨୦ଟି ସିଲ୍ ହୋଇଥିବା କାର୍ଟନ୍ ଆଇଏମଏଫଏଲ (୦୮ କାର୍ଟନ୍ ମ୍ୟାକଡୋୱେଲ୍ସ ନମ୍ବର ୧ ଡିଲକ୍ସ ହ୍ୱିସ୍କି ଏବଂ ୧୨ କାର୍ଟନ୍ ଆଇକୋନିକ୍ ହ୍ୱାଇଟ୍) ଜବତ କରାଯାଇଥିଲେ। ପ୍ରତ୍ୟେକ କାର୍ଟନରେ ୧୮୦ ମିଲିର ୪୮ଟି ଲେଖାଏଁ ମୋଟ ୯୬୦ଟି ବୋତଲରେ ୧୭୨ ଲିଟର ୮୦୦ ମିଲି ବିଦେଶୀ ମଦଥିଲା।ଏହି ବିଦେଶୀ ମଦ ରଖିବା ପାଇଁ କୌଣସି ବୈଧ ଲାଇସେନ୍ସ କିମ୍ବା କର୍ତ୍ତୃପକ୍ଷଙ୍କ ଅନୁମତି ଦେଖାଇ ନପାରିବାରୁ ବେଆଇନ ଭାବେ ବିକ୍ରି ଅଭିଯୋଗରେ ସରଣକୁଳ ପୋଲିସ ପଞ୍ଚିରିଡା, ବ୍ରାହ୍ମଣସାହିର ଜିତୁ ଓରଫ ପ୍ରତାପ ରାଉତ (୩୫) ଏବଂ ନିତ୍ୟାନନ୍ଦ ରାଉତ(୨୯) ଦୁଇ ଭାଇଙ୍କୁ ଗିରଫ କରିଥିଲେ।

Leave A Reply

Your email address will not be published.