ଅବାଡ଼ା ଗ୍ରାମରେ ଡ୍ରପ୍‌ଆଉଟ୍ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା ଓ ମାନବ ଚାଲାଣ ନିରାକରଣ ସମ୍ପର୍କରେ ଆଇନ ସଚେତନତା କାର୍ଯ୍ୟକ୍ରମ

9

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆଜି ଗୁମ୍ମା ବ୍ଲକ ଅନ୍ତର୍ଗତ ବାଇଜଲ ଗ୍ରାମ ପଞ୍ଚାୟତର ଅବାଡ଼ା ଗ୍ରାମଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପାଠପଢ଼ା ଅଧାରୁ ଛାଡ଼ି ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ସମ୍ପର୍କରେ ସଚେତନ କରାଯିବା ସହ ମାନବ ଚାଲାଣ ଓ ବାଣିଜ୍ୟିକ ଯୌନ ଶୋଷଣର ପୀଡ଼ିତାମାନଙ୍କ ପାଇଁ ଉଦ୍ଦିଷ୍ଟ ନାଲ୍‌ସା ଯୋଜନା ସମ୍ପର୍କରେ ବିସ୍ତ୍ରୁତ ଆଇନଗତ ସଚେତନ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ପୀଡ଼ିତାମାନଙ୍କୁ ମିଳୁଥିବା ଆଇନଗତ ସହାୟତା , ସୁରକ୍ଷା ଓ ପୁନର୍ବାସ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର , ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା ଓ ମଳୟ କୁମାର ସେଠୀ , ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ମମତା ଦେବୀ , ସେରଙ୍ଗ ଥାନା ଏଏସ୍‌ଆଇ ସୁରେନ୍ଦ୍ର ସେଠୀ , ଗୁମ୍ମା ବ୍ଲକ ଆଇସିଡିଏସ୍ ସୁପରଭାଇଜର ଧରିତ୍ରୀ ପାତ୍ର , ଅବାଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଟଙ୍କଧର ମାଝୀ , ସମାଜସେବୀ ଦୟା ପାଲକା ଓ ପାରା ଲିଗାଲ ସ୍ବେଚ୍ଛାସେବୀ ଶଶୀରେଖା ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ଶିକ୍ଷାର ଅଧିକାର , ଶିଶୁ ସୁରକ୍ଷା , ମାନବ ଚାଲାଣ ନିରାକରଣ ଏବଂ ଆଇନ ସେବାର ଉପଲବ୍ଧତା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।

Leave A Reply

Your email address will not be published.