ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଓଡ଼ିଶାର କୃଷିଭିତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ନୂଆଗାଁ ସ୍ଥିତ ସୋଆ ଅନ୍ତର୍ଗତ ଆଇ.ଏନ.ଏସ ଫାର୍ମ ଓ ବିଂଝଗିରି ସ୍ଥିତ ଏ.ଆର.ଏସ ଫାର୍ମରେ ପର୍ଯ୍ୟାୟ କ୍ରମେ ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କୃଷି ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏଗ୍ରିକଲଚର ରିସର୍ଚ୍ଚ କୋଅର୍ଡିନେଟର ପ୍ରଫେସର ଜେ.ଏମ.ଏଲ ଗୁଲାଟି, କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବାସୁଦେବ ବେହେରା, ପରୀକ୍ଷା ସଂଯୋଜକ ପ୍ରଫେସର ରବୀନ୍ଦ୍ର ପାଇକରାୟ, ଫୁଲଚାଷ ଓ ସୌନ୍ଦର୍ଯ୍ୟକରଣ ବିଭାଗର ମୁଖ୍ୟ ପ୍ରଫେସର ଶଶିକଳା ବେଉରା, ଉଦ୍ଭିଦ ଶରୀରତତ୍ୱ ବିଭାଗର ପ୍ରାଧ୍ୟାପିକା ଡକ୍ଟର ନନ୍ଦିତା ଜେନା ପ୍ରମୁଖ ଯୋଗ ଦେଇ ପାରଂପରିକ ରୀତିନୀତି ଅନୁସାରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଉତ୍ସବରେ କୃଷି ମହାବିଦ୍ୟାଳୟର ସମସ୍ତ ରିସର୍ଚ୍ଚ ସ୍କଲାର, ଫାର୍ମ କର୍ମଚାରୀ ଓ ବିଂଝଗିରିର ସ୍ଥାନୀୟ କୃଷକମାନେ ଯୋଗ ଦେଇଥିଲେ । ଏହି ଉତ୍ସବଟିକୁ ଫାର୍ମ ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ମହାନ୍ତି ଓ ପ୍ରଫେସର ମଧୁସୂଦନ ବେହେରା ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post