ରାଜଗାଙ୍ଗପୁରେ ଶୃଙ୍ଖଳା ସହପାଳିତ ଶ୍ରୀରାମ ନବମୀ ଶୋଭାଯାତ୍ରା

0

ସୁରକ୍ଷା ବ୍ୟବସ୍ଥା କଡ଼ା କଡି, ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ।

ରାଜଗାଙ୍ଗପୁର ୨୭/୦୩/୨୬ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେ ଶ୍ରୀ ରାମ ନବମୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଘଳା ସହ ମହା ଆଡ଼ମ୍ବର ରେ ବାଦ୍ୟ ବାଜା ରେ ପ୍ରକମ୍ପିତ ହୋଇ ଉଠି ଥିଲା ସହରାଞ୍ଚଳ ଭକ୍ତ ମାନଙ୍କ ଉତ୍ସାହରେ ପାଳିତ ହୋଇ ଯାଇଛି ଶ୍ରୀରାମ ନବମୀ । ଏହି ଶୋଭାଯାତ୍ରା ରେ ୨୩ ଟି ଆଖଡ଼ା ଦଳ ଭାଗ ନେଇ ନିଜ ନିଜର କଳା କୌଶଳ ପ୍ରଦର୍ଶନ କରି ଶୋଭାଯାତ୍ରାକୁ ଆଗେଇ ନେଇ ଥିଲେ। ଶ୍ରୀରାମ ଭକ୍ତ ପ୍ରଭୁ ହନୁମାନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭାଇ ଲକ୍ଷ୍ମଣ ସ୍କନ୍ଦରେ ସ୍ଥାପନ କରି ସୁସଜିତ ରଥରେ ପ୍ରଥମ ଦିନ ୨୬ ତାରିଖରେ ସ୍ଥାନୀୟ ଲଖୁଆ ପଡ଼ା ରୁ ବାହାରି କୁମାର କେଳା ମହା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା କରି ବାବା ତାଲାବ ଠାରେ ପହଞ୍ଚିଥିଲା।୨୭ ତାରିଖ ମଧ୍ୟାନୟରେ ବାବା ତାଳବ ଠାରୁ ପୂଜା ଅର୍ଚନା ପରେ ଏହି ଶୋଭାଯାତ୍ରା ନଗର ପରିକ୍ରମା ପାଇଁ ନିଦ୍ଧାରିତ ସମୟ ଅନୁସାରେ ଆରମ୍ଭ କରାଯାଇ ତାଲକି ପଡା, ମୂଖ୍ୟ ରାସ୍ତା ଦେଇ ବସ ଷ୍ଟାଣ୍ଡ ମୂଖ୍ୟ ବଜାର ଇନ୍ଦିରା ଛକ, ସୁବାଷ ବୋଷ ଛକ ଲାଲବାବା ମଜାର ଦେଇ ଭାଟାପଡା, ଓସିଏଲ ବଜାର, ଓସିଏଲ କଲୋନୀ ଦେଇ ଲିପଲୋଇ କୁ ବାହାର କରାଯାଇ ଅସ୍ଥାୟୀ ପୁଷ୍କରଣୀ ସ୍ଥଳୀ କୁ ନିଦ୍ଧାରିତ ସମୟ ରେ ଏହି ଶୋଭାଯାତ୍ରା ପହଞ୍ଚି ଥିଲା । ସହର ତମାମ ଗେରୁଆ ମୟ ଦୃଶ୍ୟ ମାନ ଦେଖିବାକୁ ମିଳିଥିଲା l ରାଜ୍ୟ ଏବଂ ରାଜ୍ୟ ବାହାର ପଡୋଶୀ ଝାଡଖଣ୍ଡ, ଛତିଶ ଗଡ଼ ର ବାଦ୍ୟ ବାଦନ ରେ ପ୍ରକମ୍ପିତ ହୋଇଉଠୁଥିଲା ରାଜଗାଙ୍ଗପୁର ସହର। ଆଖଡ଼ା କମିଟି ସଭାପତି ସନ୍ଦୀପ କୁମାର ଦାସଙ୍କ ନେତୃତ୍ୱ ରେ ଶୋଭାଯାତ୍ରା ପରିଚାଳନା କରାଯାଇଥିଲା ଆଖଡ଼ା କମିଟି ର ସଦସ୍ୟମଧ୍ୟରୁ ଶଙ୍କର ସିଂ, ଦିଲ୍ଲୀପ କୁମାର ସାହୁ, ରାକେଶ ନନ୍ଦା, ରାଜେଶ ଶର୍ମା,ସଂଖ୍ୟା ଲଘୁ ସେଲ ର ରାଜ୍ୟ ସମ୍ପାଦକ ସୋଏବ ଆଲମ୍ ଜାଫର ମୋବିନ ଅହମ୍ମଦ ସ୍ଥାନୀୟ ବିଧାୟକ ଡକ୍ଟର ସି ଏସ ରାଜନ ଏକ୍କା ଅନୀଲ ବରୁଆ, ନରସିଙ୍ଘ ମିଞ୍ଜ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଶୋଭାଯାତ୍ରା ରେ ସାମିଲ ଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସ୍ଥାନ ମାନଙ୍କରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ଓ ଥଣ୍ଡା ପାନୀୟ ସର୍ବତ ର ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ୭୦ ସି ସି କେମେରା ସହ ଦୁଇଟି ଡ୍ରନ କେମେରା ଓ ୨୬ ପ୍ଲାଟୁନ ପୋଲିସ ଫୋର୍ସ,୧୦ ଜଣ ଡିଏସପି,୧୪ ଜଣ ଇନ୍ସପେକ୍ଟର ଙ୍କ ସହ ୭୦ ଜଣ ସବ ଇନ୍ସପେକ୍ଟର ଏବଂ ଏ ଏସ ଆଇ ମୁତୟନ ହୋଇଥିବା ବେଳେ ୧୦ ଜଣ ମାଜିଷ୍ଟ୍ରେଟ ନିୟୋଜିତ ହୋଇଥିଲେ। ପଶ୍ଚିମାଞ୍ଚଳ ଡି ଆଇ ଜି ବ୍ରିଜେଶ ରାୟ ଓ ସୁନ୍ଦରଗଡ ଜିଲ୍ଲା ପାଲ ସଞ୍ଜୟ ମହାପାତ୍ର ଏସ ପି ଅମୃତ ପାଲ କୌର ଅତିରିକ୍ତ ଏସ ପି , ଅତିରିକ୍ତ ଜିଲ୍ଲାପାଳ , ଉପ ଜିଲ୍ଲପାଳ , ସ୍ଥାନୀୟ ଏସ ଡି ପି ଓ ବିଭୂତି ଭୂଷଣ ଭୋଇ ସ୍ଥାନୀୟ ତହସିଲଦାର ଜଗବନ୍ଧୁ ମଲ୍ଲିକ ବିଡ଼ିଓ ଅକ୍ଷୟ କୁମାର ବାଗ,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତରେ ଆଇନ ଶୃଙ୍ଖଳା ତଦାରଖ କରୁଥିଲେ।

Leave A Reply

Your email address will not be published.