ଭୁବନେଶ୍ୱର – 21/03 ମାତୃଭାଷା ହିଁ ସୃଜନଶୀଳତାର ମୁଖ୍ୟ ପୃଷ୍ଠଭୂମି | ମାତୃଭାଷାରେ ଯିଏ ଯେତେ ବଳିଷ୍ଠ ସିଏ ଅନ୍ୟ ସବୁ ଭାଷାରେ ମଧ୍ୟ ବଳିଷ୍ଠ ହୋଇ ପାରିବ | ମାତୃଭାଷା ହିଁ ପିଲାକୁ ଆତ୍ମ ଶକ୍ତି ପ୍ରଦାନ କରିଥାଏ | ପେଟପାଟଣାର ଭାଷା ଯେତେବେଳେ ମାତୃଭାଷା ହୋଇଯାଏ ସେତେବେଳେ ସମସ୍ତ ବ୍ୟକ୍ତି ବିଶେଷ ମାତୃ ଭାଷାରେ ନିଜର ସୃଜନଶୀଳତା ଦେଖେଇ ପାରିବେ | ନିଜର ଧି ଶକ୍ତିକୁ ବଳ ଯୋଗେଇଥାଏ ମଧ୍ୟ ମାତୃଭାଷା | ସେଥିପାଇଁ ଆମ ପୂର୍ବଜ ଆମକୁ ମାତୃଭାଷା ଭିତ୍ତିକ ରାଜ୍ୟ “ଓଡ଼ିଶା” ଦେଇ ଯାଇଛନ୍ତି ଆମମାନଙ୍କୁ, ତାହାର ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ହେବା ବିଧେୟ ବୋଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ବିଶ୍ୱ କବିତା ଦିବସ ତଥା ଅକ୍ଷରା ସାହିତ୍ୟ ସଂସଦ, କଳିଙ୍ଗନଗରର ମାସିକ ସାହିତ୍ୟ ଚର୍ଚ୍ଚା ଅବସରରେ ମତବ୍ୟକ୍ତ କରିଛନ୍ତି | ସଭାରେ ସଭାପତିତ୍ୱ କରି ସମ୍ବଲପୁର ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଅକ୍ଷରା ସାହିତ୍ୟ ସଂସଦର ସଭାପତି ଡ଼ ଗିରିଜା ଶଙ୍କର ଶର୍ମା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ବିଶ୍ୱ କବିତା ଦିବସକୁ ଆମେ କିପରି ମାତୃଭୂମି ଓ ମାତୃଭାଷାର ସେବାରେ ନିୟୋଜିତ କରି ପାରିବା ବର୍ଣ୍ଣନା କରିଥିଲେ | ଓଡ଼ିଶା ସୃଷ୍ଟିରେ “ବନ୍ଦେ ଉତ୍କଳ ଜନନୀ” କବିତାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ସମସ୍ତ ଓଡ଼ିଆ ଭାଷା ଭାସି ଅଂଚଳକୁ ଏକାଠି କରିପାରିଥିଲା ସେ ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା | ଓଡ଼ିଆ ଭାଷା ସରକାରୀ ଭାଷା , ଓଡ଼ିଶାର ସମସ୍ତ ସ୍କୁଲ ଗୁଡିକରେ ଓଡ଼ିଆ ଭାଷା ଶିକ୍ଷକ ନଥିବାରୁ ଓଡ଼ିଆ ଭାଷାରେ ଲେଖିଲା ବେଳେ କିପରି ଭୁଲ ଭଟକା ହେଉଛି ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା | ଶେଷରେ ନାରୀକବି ଚିନ୍ମୟୀ ଷଡ଼ଙ୍ଗୀ,ସରୋଜିନୀ ମିଶ୍ର , କାନନବାଳା ନନ୍ଦ,ନାରୀ ମାନଙ୍କର ଭୂମିକା ଉପରେ କବିତାପାଠ କରିଥିବାବେଳେ ସାମ୍ପ୍ରତିକ ସାହିତ୍ୟ ଉପରେ ସୁବଳ ଚନ୍ଦ୍ର ରାଉତରାୟ ,ସୁଶାନ୍ତ କୁମାର ସାହୁ,ଉମେଶ ଚନ୍ଦ୍ର ନାୟକ ,କୈଳାସ ଚନ୍ଦ୍ର ରଥ , ହୃଷିକେଶ ମିଶ୍ର ,ସଂଜୀବ ସାହୁ ,ଡ଼ ମଦନମୋହନ ମହାନ୍ତି , ଦେବେନ୍ଦ୍ର ନାଥ ମହାପାତ୍ର, ପବିତ୍ର ମହାରଥା ଏବଂ ଡ଼ ଗିରିଜା ଶଙ୍କର ଶର୍ମା କବିତା ପାଠ କରିଥିଲେ ଶେଷରେ ମୀରା ରଥ ଧନ୍ୟବାଦ ଅର୍ପଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.