ବିଶ୍ବ ନାଟ୍ଯଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଉଦ୍ଘାଟିତ

0

ସମ୍ପର୍କ ଆୟୋଜିତ ନାଟକ ଅସ୍ମିତା ମଞ୍ଚସ୍ଥ

ରାଉରକେଲା:(ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସଂପର୍କ ଦ୍ବାରା ଆୟୋଜିତ ବିଶ୍ବ ନାଟ୍ଯଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ରଘୁନାଥପାଲିର ମାନ୍ୟବର ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କ କର କମଳରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ ମହା ସମାରୋହ ରେ ଉଦଘାଟିତ ହୋଇ ଯାଇଛି । ଏହି ଉତ୍ସବର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଦୀପିକା ମହିଳା ସଂହତି ର ସଭାପତି ନମ୍ରତା ବର୍ମା ଏପରି ଅଭୂତପୂର୍ବ ଜାତୀୟ ନାଟକ ମହୋତ୍ସବ ଆୟୋଜନ କରି ସଂପର୍କ ରାଉରକେଲାର ନାଟ୍ଯ ପରମ୍ପରାକୁ ଋଦ୍ଧିମନ୍ତ କରୁଛି ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ବରିଷ୍ଠ ନାଟ୍ୟକାର ତଥା ଶିକ୍ଷାବିତ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ରାଉରକେଲା ପରି ଉପାନ୍ତ ସହରରେ ଏପରି ଜାତୀୟ ନାଟକ ମହୋତ୍ସବ ଆୟୋଜନ ନିଶ୍ଚିତ ପ୍ରଶଂସାଯୋଗ୍ୟ ବୋଲି ଅଭିମତ ରଖିଥିଲେ । ଅନୁଷ୍ଠାନର ସଭାପତି ସୁବ୍ରତା ପତିଙ୍କ ସଭାପତିତ୍ବ ରେ ସଭା କାର୍ଯ୍ଯ ପରିଚାଳିତ ହୋଇଥିଲା । ରାଉରକେଲାର ବରିଷ୍ଠ ଅଭିନେତା
ଆଲୋକ ବୋଷ ଙ୍କୁ ସଂପର୍କ ସମ୍ମାନ ରେ ସମ୍ମାନିତ କରା ଯାଇଥିଲା । ଅନୁଷ୍ଠାନର ବରିଷ୍ଠ ସଦସ୍ଯ ଗଙ୍ଗାଧର ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ଝିଲିମା ମହାନ୍ତି ମଂଚ ପରିଚାଳନା କରିଥିବା ବେଳେ ଆଶାଲତା ଦାସ, ରୁନୁ ବେକ୍, ସନ୍ଧ୍ୟାରାଣୀ ଦାସ , କଲ୍ୟାଣୀ ଦାସ ପ୍ରମୁଖ ସହଯୋଗ କରିଥିଲେ ।
ପରିଶେଷରେ ବ୍ଯକ୍ତିର ଅସ୍ମିତା ବା ସ୍ବାଭିମାନ କିପରି ଜାତିର ସ୍ବାଭିମାନ କୁ ଋଦ୍ଧିମନ୍ତ କରେ ତାକ ଏହି ମୂଳତତ୍ତ୍ବ କୁ ଆଧାର କରି ରଚିତ ନାଟ୍ଯକାର ଭାସ୍କର ମହାପାତ୍ରଙ୍କ ଦ୍ବାରା ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଅସ୍ମିତା” ସଂପର୍କ ର କଳାକାର ମାନଙ୍କ ଦ୍ବାରା ମଞ୍ଚସ୍ଥ ହୋଇଥିଲା । ନାଟକରେ ଭରି ରହିଥିବା ମନଛୁଆଁ କାହାଣୀ ,ସଂଘାତ, ଉଦବେଗ, ରହସ୍ୟ ଦର୍ଶକଙ୍କ ମନକୁ ଦେଢଘଣ୍ଟା କାଳ ବାନ୍ଧି ରଖିଥିଲା । ଶକ୍ତି ପ୍ରସାଦ ମିଶ୍ରଙ୍କ ସୁମଧୁର ସଂଗୀତ, ରାକେଶ ଶତପଥୀଙ୍କ ଆଖିଝଲସା ଆଲୋକ ସଂପାତ, ପ୍ରଳୟ ଶତପଥୀଙ୍କ ଆକର୍ଷଣୀୟ ମଂଚ ସଜ୍ଜା ସାଂଗକୁ ସୁରେନ୍ଦ୍ର ପାଢୀ, ବିଜୟ ପାତ୍ର, ସୁଦଷ୍ଣାରାଣୀ ରାଉତ, ପୁଷ୍ପଲତା ବିଶୋଇ, ନିବେଦିତା ଦାସ ,ଅନୁସୃତି ନାୟକ, ବିବେକାନନ୍ଦ ଦାଶ ଙ୍କ ସହିତ ଭାସ୍କର ମହାପାତ୍ର ଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆସନ୍ତାକାଲିର ନାଟକ ମାୟା ପୁରୀ ,ମଞ୍ଚସ୍ଥ କରିବେ ଥିଏ ଲାଇଟ କୋଲକାତାର କଳାକାର ମାନେ ।

Leave A Reply

Your email address will not be published.