ଛାତରୁ ଖସି ପଡ଼ି ଜଣେ ମୃତ, ଆକସ୍ମିକ ଘଟଣାରେ କୁରାଳରେ ଶୋକର ଛାୟା,

0 2

ଓଡ଼ଗାଁ, ୧୯।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳଗ୍ରାମ ବେଙ୍ଗେଇସାହିରେ ଛାତରୁ ଖସି ପଡ଼ି ଜଣେ ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଗୌରଚନ୍ଦ୍ର ମହାପାତ୍ର (୫୯) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନରେ ଏସି ଲଗାଇବା କାମ ସମୟରେ ଗୌରଚନ୍ଦ୍ର ଗୋଟିଏ ଘରର ଛାତରୁ ପାଖପାଖି ଅନ୍ୟ ଛାତକୁ ଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କ ପାଦ ଖସିଯାଇ ଦୁଇମହଲା ଉଚ୍ଚତାରୁ ତଳକୁ ପଡ଼ି ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ପ୍ରଥମେ ଓଡ଼ଗାଁ ଓ ପରେ ଭୁବନେଶ୍ୱରକୁ ନେଉଥିବା ବେଳେ ପଥମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ପରେ ସମସ୍ତ ପ୍ରକ୍ରିୟା ସମାପ୍ତ କରି ରାତି ପ୍ରାୟ ୯ଟା ସମୟରେ ମୃତଦେହ ଗ୍ରାମକୁ ଆଣାଯାଇଥିଲା। ଅକାଳରେ ତାଙ୍କ ମୃତ୍ୟୁ ଘଟିଥିବାରୁ ପରିବାର ସହ ଗ୍ରାମବାସୀମାନଙ୍କ ମଧ୍ୟରେ ଗଭୀର ଶୋକର ପରିବେଶ ଦେଖାଯାଇଛି। ମରଶରୀର ଦେଖିବା ନିମନ୍ତେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ ।

Leave A Reply

Your email address will not be published.