ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ କଥନ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଜୀବନାନନ୍ଦ ଶତପଥୀ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହିନ୍ଦୁ ନବବର୍ଷ ବିଷୟରେ ଆଲୋଚନା କରିଥିଲେ। ସ୍ନିଗ୍ଧା ହାତୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ଲୋପାମୁଦ୍ରା ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଉପସ୍ଥିତ ରହି ଅତିଥି ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ କଥନ କହିଥିଲେ ।କାହିଁକି ହିନ୍ଦୁ ନବ ବର୍ଷ ପାଳନ କରାଯାଏ ସେ ବିଷୟରେ ଭାଇ ଭଉଣୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସଂଗ୍ରାମ ପଟେଲ ହିନ୍ଦୁ ନବ ବର୍ଷର ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ ।ଭଉଣୀ ସହେଲି ସାହୁ ଓ ତନ୍ବି ମୃଣାଳିନୀ ସୁନା ହିନ୍ଦୁ ନବ ବର୍ଷ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଭଉଣୀ ସୋନାଲି ସାହୁ ସଂଯୋଜନା କରିଥିବା ବେଳେ ବିଦ୍ୟା ମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଡନସନା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଭାଇ ଭଉଣୀମାନେ ପରସ୍ପର ଙ୍କୁ ହିନ୍ଦୁ ନବବର୍ଷ ର ଅଭିନନ୍ଦନ ଜଣାଇଥିଲେ । ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.