ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ୍ ଶିବିର ଆୟୋଜିତ

0 2

ନବରଙ୍ଗପୁର;18/03/2026,ଅଶୋକ ସାହୁ – ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ତିନିଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି।ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଧିଗାଁ ଠାରେ ରାଜ୍ଯସ୍ତରୀୟ ଜୁନିଅର ରେଡକ୍ରସ ଅଣତାଲିମ ପ୍ରାପ୍ତ ପରାମର୍ଶଦାତା ତାଲିମ୍ ଶିବିରର ଦ୍ଵିତୀୟ ଦିବସରେ ପରାମର୍ଶଦାତା ସଚିନ ସଦାଗୋପନ ସାହୁ, ବିପର୍ଯ୍ୟୟ ପରିଚାଳନା, ପରାମର୍ଶଦାତା ସୁନୀଲ ବାରିକ, ଜଳବାୟୁ ପରିବର୍ତ୍ତନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ବିନିତା ମନ୍ଦର ଓ ସି. ଏଚ୍. ସାଇପ୍ରସାଦ ଏଚ୍. ଆଇ. ଭି. ଏଡସ ଓ ରକ୍ତଦାନ ଉପରେ ପରାମର୍ଶଦାତାମାନଙ୍କୁ ତାଲିମ୍ ଦେଇ ସଚେତନ କରାଇଥିଲେ । ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ପ୍ରକାଶିନୀ ଚୌଧୁରୀ ପରାମର୍ଶଦାତା ମାନଙ୍କୁ ରକ୍ତ ବୋହିବା, ହାଡ଼ ଭାଙ୍ଗିବା, ଅଂଶୁଘାତ, ସାପ କାମୁଡ଼ା ଓ ହୃଦଘାତ ଆଦିର ପ୍ରାଥମିକ ଚିକିତ୍ସା କିପରି କରାଯିବ ତାହା ଶିଖାଇଥିଲେ। ତୃତୀୟ ତଥା ଶେଷ ଦିବସର ଉଦଯାପନୀ ଉତ୍ସବରେ ରାଜ୍ୟସ୍ତରୀୟ ପରାମର୍ଶ ଦାତ୍ରୀ ପ୍ରଭାସିନୀ ମହାନ୍ତି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ପୂର୍ବତନ ଜୁନିଅର ରେଡ୍ କ୍ରସ ଅଧିକାରୀ କେଦାରେଶ୍ଵର ପଟ୍ଟନାୟକ ପରାମର୍ଶ ଦାତାମାନଙ୍କୁ ବିଦ୍ୟାଳୟରେ କିପରି ଜୁନିଅର ରେଡ୍ କ୍ରସ୍ କାର୍ଯ୍ୟକାରୀ କରିବେ, ସେ ବିଷୟରେ ଆଲୋକପାତ କରିଥିଲେ l ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ସମ୍ପାଦକ ପ୍ରଭାତ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ମାର୍କଣ୍ଡ ସତନାମୀ, ଜୁନିଅର ରେଡ୍ କ୍ରସ ଅଧିକାରୀ ପ୍ରକାଶିନୀ ଚୌଧୁରୀ, ଜୁନିଅର ରେଡ୍ କ୍ରସ ଯୁଗ୍ମ ସମ୍ପାଦକ ନଳିନୀକାନ୍ତ ପାତ୍ର, ତାଲିମ ଦାତା ସୁନୀଲ ବାରିକ, ବ୍ଲକ ଜୁନିୟର ରେଡକ୍ରସ ସଂଯୋଜକ ପ୍ରୀତମ ବିଶ୍ଵାଳ, ଶ୍ରବଣ କୁମାର ଦେବତା, ସଞ୍ଜୀବ ବଡଗୁଛିଆ ଏବଂ ଜିଲ୍ଲାର ୬୦ଟି ବିଦ୍ୟାଳୟର ପରାମର୍ଶ ଦାତାମାନେ ଉପସ୍ଥିତ ରହି ଶିବିରଟିକୁ ସମାପନ କରିଥିଲେ।

Leave A Reply

Your email address will not be published.