ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କ୍ୟାପାସିଟି ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ।

0 2

ନୟାଗଡ଼: ରଣପୁର ବ୍ଳକ ଅନ୍ତର୍ଗତ ପିଏମଶ୍ରୀ ବି.ସି. ହାଇ ସ୍କୁଲ, ରଣପୁର ଠାରେ ପ୍ରଧାନ ଶିକ୍ଷକ ଡ. ଗିରିଜା ଶଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ “ପ୍ଲାଷ୍ଟିକର ବିକଳ୍ପ ଭାବେ ଉପଯୋଗୀ ବସ୍ତୁ ତିଆରି” ବିଷୟରେ ଶିକ୍ଷକମାନଙ୍କ ପାଇଁ ଏକ କ୍ୟାପାସିଟି ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ଓ ପଲିଥିନ ଦ୍ୱାରା ସୃଷ୍ଟି ପ୍ରଦୂଷଣ ଏବଂ ଏହା ମନୁଷ୍ୟ, ପଶୁ ଓ ପରିବେଶ ଉପରେ ପଡୁଥିବା କୁପ୍ରଭାବ ବିଷୟରେ ସଚେତନତା କରାଇ ଥିଲେ।ପ୍ରଶିକ୍ଷକମାନେ ପ୍ଲାଷ୍ଟିକର ବିକଳ୍ପ ଭାବେ କପାସ ବ୍ୟାଗ, ଜୁଟ ବ୍ୟାଗ ଓ କାଗଜ ବ୍ୟାଗ ବ୍ୟବହାର କରିବାକୁ ପ୍ରେରଣା ଦେଇଥିଲେ। ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରାୟୋଗିକ ଭାବରେ ବ୍ୟାଗ ତିଆରି କରିବାର ଶିକ୍ଷା ମଧ୍ୟ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବି.ସି. ହାଇ ସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇଥିଲେ। ଏଥିରେ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ର, ବି.କେ. ନୋଡାଲ ବିଦ୍ୟାପୀଠର ଶିକ୍ଷୟିତ୍ରୀ ସୋନାଲି ସମୀକ୍ଷା ଦାସ ଓ କଳ୍ପନା ସେଠୀ, ଆର.କେ. ବାଳିକା ବିଦ୍ୟାଳୟ, ଓଡ଼ଗାଁର ଯଶଶ୍ଵିନୀ ମହାପାତ୍ର ଏବଂ ଚାରିଓଟ ପବ୍ଲିକ ସ୍କୁଲ, ରଣପୁରର ଶିକ୍ଷୟିତ୍ରୀ ମଧୁସ୍ମିତା ଦାସ ଟ୍ରେନର ଭାବେ ପ୍ରଶିକ୍ଷଣ ଦେଇଥିଲେ।ସେମାନେ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର କମେଇବାରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ପରିଶେଷରେ ବିଦ୍ୟାଳୟର ସ୍ଥାୟୀ ସଭାପତି ରଙ୍ଗନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦନ କରିଥିଲେ।

Leave A Reply

Your email address will not be published.