ବିଜେପୁର: ପାର୍ବତୀ ଗିରି କୃଷକ ସଙ୍ଗଠନ ତରଫରୁ ପଦ୍ମପୁର ବିଜେପୁର ବାଦୀପାଳି ଗ୍ରୀଡ଼ ସମ୍ମୁଖରେ ଗ୍ରୀଡ଼ କାର୍ଯ୍ୟକାରୀ ପାଇଁ ରାସ୍ତା ରୋକ କରାଯାଇଥିଲା। ବିଜେପୁର ବ୍ଲକରେ ଲୋ – ଭୋଲଟାଜ ଏବଂ ଅଘୋଷିତ ବିଦ୍ୟୁତ କାଟ ରୋକିବା ପାଇଁ 2024 ମସିହାରୁ ଏହି ନୂତନ ଗ୍ରୀଡ଼ ନିର୍ମାଣ ଆରମ୍ଭ ହୋଇ 18 ମାସ ମଧ୍ୟରେ ସମାପ୍ତ କରାଯିବାର ନିୟମ ଅଛି। ଏହି ଗ୍ରୀଡ଼ କାମ କରିବା ପାଇଁ ମୁମ୍ବାଇର ଗୋଟିଏ ଠିକାଧାର ଠିକା ପାଇଥିଲେ ସେ ପୁଣି ଅନ୍ୟ ଠିକାଦାର କୁ କାମ କରିବା ପାଇଁ ଦେଇଛନ୍ତି। ଉକ୍ତ ଠିକାଦାର ଜିଲ୍ଲା ଏବଂ ଜିଲ୍ଲା ବାହାରେ ମଧ୍ୟ କାମ କରୁଛନ୍ତି। ଅନେକ କାମ କରୁଥୁବାରୁ ଠିକ ସମୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନାହିଁ ବା ଠିକାଦାର ବିରୋଧରେ କୌଣସି ଆଇନ ଗତ ପଦକ୍ଷପ ନିଆଯାଉ ନାହିଁ। ଏହି ଗ୍ରୀଡ଼ କୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କୁ ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ ଲିଖିତ ଅନୁରୋଧ କରାଯାଇଛି। ହେଲେ ସମାଧାନ ନ ହେବାରୁ ଆଜି ସକାଳ 8ଟାରୁ ରାସ୍ତା ଅବରୋଧ କରି ଶହଶହ ଚାଷୀ ରାସ୍ତା ଉପରେ ବସିଥିଲେ। ଏହି ଖବର ପାଇ ତହସିଲଦାର ବିଜେପୁର ଏବଂ ଏସ ଡି ଓ, ଏକଜୁକେଟିଭ ଇଞ୍ଜିନିଅର ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ ହେଲେ ଅଞ୍ଚଳ ବାସୀ ଗ୍ରୀଡ଼ କାର୍ଯ୍ୟକାରୀ କରାଯାଉ ଏବଂ ଧାନ ଚାଷ ବଞ୍ଚାଯାଉ ଏହି ଗୋଟିଏ ଜିଦରେ ଅଟଳ ରହିବାରୁ ବାଧ୍ୟ ହୋଇ 30 ମାର୍ଚ୍ଚ ପର୍ଯ୍ୟନ୍ତ ଗ୍ରୀଡ଼ କାର୍ଯ୍ୟକାରୀ ହେବ ବୋଲି ଲିଖିତ ପ୍ରତିଶୃତି ଦେଇଛନ୍ତି ଏବଂ ଅନ୍ୟ ସମସ୍ୟା ବାଦୀପାଳି କୁ ଅନ୍ୟ ଏକ ଫିଟର ଦେବା, ଆଗରୁ ମୃତ୍ୟୁବରଣ କରିଥିବା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ଏବଂ ବର୍ତ୍ତମାନ ଭୋଲଟାଜ ସଜାଡିବା ଏହି ତିନୋଟି ସମସ୍ୟା ଶୀଘ୍ର ସମାଧାନ କରାଯିବ ବୋଲି କହିବାରୁ ଆନ୍ଦୋଳନ କୁ 31 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଯାଇଛି ଏବଂ ଯଦି ପ୍ରତିଶୃତି କାର୍ଯ୍ୟକାରୀ ନ ହେଲେ ପୁଣି ଆନ୍ଦୋଳନତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି। ଏହି ରାସ୍ତା ରୋକ ଆନ୍ଦୋଳନ ରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ଅଜୀତ ଶତପଥି, କିଶୋର ସାହୁ, ରବିଶଙ୍କର ପଧାନ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଆନନ୍ଦ ପଧାନ ସମର୍ଥନ ଦେଇଥିବା ବେଳେ ଜିଲ୍ଲାପରିଷ ଅଧ୍ୟକ୍ଷା ମାନିନୀ ମାଝୀ ଯୋଗ ଦେଥିଲେ ଏବଂ କ୍ଷୀରସିନ୍ଧୁ ବଗର୍ତ୍ତୀ, ସାମନ୍ତ ସାହୁ, ସୁନୀଲ ମହାପାତ୍ର, ଖୁଦିରାମ ବଗର୍ତ୍ତୀ, ଯୁବରାଜ ଗିରି, ରାଜେଶ ସାହୁ, ବିଡ଼ିଓ ସାହୁ, ନିର୍ମଳ ସାହୁ ଏବଂ ଶେଷ ପଧାନ ନେତୃତ୍ୱ ନେଇଥିଲେ
Sign in
Sign in
Recover your password.
A password will be e-mailed to you.