କେନ୍ଦୁଝର,ତା୧୮/୩- କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଆଜି କେନ୍ଦୁଝର ଜିଲ୍ଲାର ୫ଟି ପ୍ରମୁଖ କେନ୍ଦ୍ରରେ ‘ବ୍ଲକସ୍ତରୀୟ ତଥା ମଣ୍ଡଳସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଜିଲ୍ଲାର କୋଣ ଅନୁକୋଣରେ ଲୁଚି ରହିଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚୟନ ଶିବିର ଆୟୋଜନ କରାଯାଇଛି।
କେନ୍ଦୁଝରଗଡସ୍ଥିତ ଡି.ଡି. ସ୍ପୋର୍ଟସ କମ୍ପ୍ଲେକ୍ସ, ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ସାହାରପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟ ଏବଂ ତେଲକୋଇ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟତଃ ଆଥଲେଟିକ୍ସ, ଖୋ-ଖୋ ଏବଂ ଭଲିବଲ୍ ଭଳି କ୍ରୀଡ଼ା ଶୃଙ୍ଖଳାରେ ପ୍ରତିଭା ଚୟନ କରାଯାଇଛି।
୮ ରୁ ୧୪ ବର୍ଷ ବୟସ୍କ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ବେଶ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସକାଳ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶତାଧିକ କ୍ରୀଡ଼ାବିତ୍ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସ୍ଥାନୀୟ କ୍ରୀଡ଼ା ଶିକ୍ଷକ ଓ ବିଭାଗୀୟ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛ ଭାବେ ଏହି ଚୟନ ପ୍ରକ୍ରିୟା ସମାପ୍ତ ହୋଇଛି। ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ଦ୍ୱାରା କେନ୍ଦୁଝର ଜିଲ୍ଲାର ଗ୍ରାମାଞ୍ଚଳରୁ ଆଗାମୀ ଦିନରେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍ ସୃଷ୍ଟି ହୋଇପାରିବେ ବୋଲି ଶ୍ରୀ ସରୋଜ କୁମାର ମଲ୍ଲିକ ଆଶା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.