ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ହେବ ଦୁଇଭାଗ
ନୂଆକରି ସୃଷ୍ଟି ହେବ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ
ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟ ସଂରକ୍ଷଣ ପାଇଁ ଐତିହ୍ୟ କ୍ୟାବିନେଟ୍
ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ଦିଆଯାଉଥିବା ଅନୁଦାନ କରାଯିବ ଦୁଇଗୁଣ
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନକୁ ସମ୍ପୂର୍ଣ ନିଃଶୁଳ୍କ
ସରକାରୀ ଭାଷା ଆଇନ୍ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା
ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୭ରେ ଆବଶ୍ୟକ ସଂଶୋଧନ ଖୁବ ଶୀଘ୍ର