ବଣିଆପାଟ ଶିଶୁମନ୍ଦିରର ଜାତୀୟ ବିଜ୍ଞାନ ଦିବସ

0 2

କେନ୍ଦୁଝର,ତା୨୮/୨- ସ୍ଥାନୀୟ କଲେଜ ରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଭାରତୀୟ ବୈଜ୍ଞାନିକ ନୋବେଲ ପୁରସ୍କାର ବିଜେତା, ରମଣ ପ୍ରଭାବର ଆବିଷ୍କାରକ ଡଃ ସି.ଭି. ରମଣଙ୍କୁ ମନେରଖିବା ପାଇଁ ଭାରତରେ ପ୍ରତ୍ଯେକ ବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ଭନ୍ଧୀୟ ପ୍ରଶ୍ନମଞ୍ଚ, ବୈଜ୍ଞାନିକମାନଙ୍କର ଜୀବନୀ କଥନ, ପ୍ରାଚୀର ପତ୍ରଲିଖନ, ବିଜ୍ଞାନପ୍ରୟୋଗ ଓ ବିଜ୍ଞାନ ଉପକରଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୁତ କରଯାଇଥିଲା । ଏହି ଅବସରରେ ବୌଦ୍ଧିକ ମଣ୍ଡପରେ ପରିଚାଳନା ସମିତିର ଉପସଭାପତି ହୃଦାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା କାର୍ଯ୍ୟ ମୁଖ୍ୟଅତିଥିଭାବେ ସ୍ଥାନୀୟ କେ.ଏସ.ଇର ପଦାର୍ଥ ବିଜ୍ଞାନ ଅଧ୍ୟାପକ ସଞ୍ଜୀବ କୁମାର ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ। ଅନ୍ଯତମ ଅତିଥି ଭାବେ ସଦସ୍ୟା ମନ୍ଦାକିନୀ ବେହେରା ଯୋଗ ଦେଇଥିଲାବେଳେ ପ୍ରଧାନଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ । ନିକଟରେ ପଠାଣି ସାମନ୍ତ ଷ୍ଟେଜ-୧ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସପ୍ତମ ଶ୍ରେଣୀର ଛାତ୍ର ମିଚେଲ ମହାନ୍ତକୁ ଉପଢୌକନ ଦିଆଯାଇଥିଲା । ଏଥିରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.