ମାଲକାନଗିରି ବିଜେପି କାର୍ଯ୍ୟାଳୟରେ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ ବୈଠକ ।

0 2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ- ୨୭/୨/୨୬: ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ ବୈଠକ ଆୟୋଜିତ ହୋଇଛି । ବୈଠକଟି ଜିଲ୍ଲା ପ୍ରଭାରୀ ଶ୍ରୀ ରମେଶ ସାହୁଙ୍କ ଅଧକ୍ଷତାରେ ହୋଇଥିଲା । ପ୍ରଥମେ ଅତିଥି ମାନେ ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦିନଦୟାଲ ଉପାଧ୍ୟୟଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦିପ ପ୍ରର୍ଯ୍ୟୁଳନ କରିଥିଲେ । ପ୍ରଥମେ ବନ୍ଦେ ମାତରଙ୍ଗ ସମୂହ ଗାଁ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମାଲକାନଗିରି ଜିଲ୍ଲାରେ ଭାଜପା ସଂଗଠନ କୁ ଅଧିକ କ୍ରିୟାଶୀଳ କରିବା ସହ ବୁଥ ସ୍ଥରରେ , ପନ୍ନା ପ୍ରମୁଖ ଓ ଶକ୍ତି କେଦ୍ର ଗୁଡିକରେ ପ୍ରସିକ୍ଷଣ ମାଧ୍ୟମରେ ସଂଗଠନ କୁ ଅଧିକ ଶକ୍ତିଶାଳୀ କରିବା ସହ ଆଗାମୀ ନିର୍ବାଚନରେ ମଣ୍ଡଳ ସ୍ଥରୀୟ ପ୍ରଶିକ୍ଷଣ ଯଥା ଵୈଶଚ୍ଚିକ ପୃଷ୍ଟଭୁମି, ଇତିହାସ ଓ ବିକାଶ, ସରକାର ଙ୍କ କାର୍ଯ୍ୟବି ସ୍ଥାର ଓ ସଫଳତା ସହ ଅଧିକ ସକ୍ରିୟ ହେବାକୁ ଶ୍ରୀ ସାହୁ ମତ ପୋଷଣ କରିଥିଲେ । ଅନ୍ୟତମ ଅତିଥି ତଥା ରାଜ୍ୟ ସମ୍ପାଦିକା ପୁର୍ଣିମା ନାୟକ ଭାଜପା ଏକ ଦଳ ଯାହା ନିଜସ୍ୱ ପ୍ରଶିକ୍ଷଣ ଓ ସୁପରିଚାଳନା ଯୋଗୁଁ ଆଜି ରାଜ୍ୟ ତଥା ଦେଶରେ ସଂସ୍ଥ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିବା ନିଜ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ କାର୍ଯ୍ୟକର୍ତା ତଥା ନୂତନ ପିଢ଼ିକୁ ଭାଜପା ପ୍ରତି ଆକର୍ଷଣ କରିବା ପାଇଁ ପଞ୍ଚପରିବର୍ତନ,ସାମାଜିକ ଗଣମାଧ୍ୟମ ,ପ୍ରଯୁକ୍ତି ବିଦ୍ୟା ,ନୂତନ ଟେକନୋଲୋଜି , (ଏ.ଆଇ), ଏହିଗୁଡିକର ପ୍ରଶିକ୍ଷଣ ଜରୁରୀ ରହିଥିବା କହିଥିଲେ । ପରିଶେଷରେ ମାଲକାନଗିରି ବିଧାୟକ ନର୍ସିଙ୍ଗ ମାଡକାମୀ କେନ୍ଦ୍ର ସରକାରଙ୍କ ଆଗମୀ ଭିଜନ 2047 ଓ ରାଜ୍ୟ ସରକାରଙ୍କ ଭିଜନ 2036 କିଭଳି ରୂପାୟନ ହୋଇପାରିବା କୁନେଇ ସେ ମତ ପୋଷଣ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ,ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ନିର୍ବାଚନରେ ବୁଥ ତଥା ମଣ୍ଡଳ ସ୍ଥରରେ ରାଜ୍ୟରୁ ଆସିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୁରୁ ଦାୟୁତ୍ଵ ଭାବେ ପାଳନକରି ଆଗକୁ ବଢିବାକୁ ନିର୍ଦେଶ ଦେଇଥିଲେ । ଆଗାମୀ ଦିନରେ ଏହି ପ୍ରସିକ୍ଷଣ ବିଭିନ୍ନ ମଣ୍ଡଳ ସ୍ଥର ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ଯାହାକି 7 ମାର୍ଚ୍ଚ ରୁ 14 ଅପ୍ରେଲ ପର୍ଯ୍ୟନ୍ତ ହେବ । ଆଜିର ଏହି ବୈଠକରେ ମାଲକାନଗିରି ବିଧାୟକ ନରସିଂଙ୍ଗ ମାଡକାମୀ ,ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ଶୀଶା, ବାଲିମେଳା ନଗରପାଳ ପ୍ରଦୀପ ନୟକ ,ସମସ୍ତ ମଣ୍ଡଳ ସଭାପତି,ସମ୍ପାଦକ, ଜିଲ୍ଲା ଅଧିକାରୀ ସମେତ ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ,ନବଘନ ଲୋକେଇ କୋଷାଧକ୍ଷ ସଞ୍ଜୟ ସରକାର ,ବିଧାୟକ ପ୍ରତିନିଧି ନିହାର ରାୟ, ଭବାନୀ ମୁଖାର୍ଜୀ, ସୁଲତା ମଣ୍ଡଳ,ସାବିତ୍ରୀ ପଡ଼ିଆମି ,ପ୍ରମିଳା ଦାସ ,ଗଙ୍ଗା ସୋଡି, ଦେବି ମାଡି ,ସବିତା ମିଶ୍ର ,ଇ ଭେଙ୍କଟ ରାଓ ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥଲେ ।

Leave A Reply

Your email address will not be published.