ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୨୭/୨ ଉଠାଜଳସେଚନ ବିଭାଗ ତରଫରୁ ମାଲକାନଗିରି ଜିଲାର ମାଲକାନଗିରି ସଦର ବ୍ଲକ, କୋରୁକୋଣ୍ଡା, କାଲିମେଳା, ପଡିଆ ଆଦି ଅଞ୍ଚଳର ଅଣ ଜଳସେଚିତ ଚାଷଜମିରେ ଜଳ ଯୋଗାଣ ନିମନ୍ତେ ଗଭୀର ନଳକୂପ ସେଚ ଯୋଜନା ମାଧ୍ୟମରେ ନଳକୂପ ଖନନ କରାଯାଇଛି। ତତ୍ ସହିତ ସ୍ଵଳ୍ପ ମୂଲ୍ୟରେ ବିଦ୍ୟୁତ୍ ସଂଯୋଗୀକରଣ ର ମଧ୍ୟ ବ୍ୟବସ୍ଥା ରହିଛି। ତେବେ ନଳକୂପ ଖନନ କରି ବିଦ୍ୟୁତ ଖୁଣ୍ଟ ପୋତି ବିଦ୍ୟୁତୀକରଣ କରିବା ବିଭାଗୀୟ ବାବୁ ଭୁଲିଯାଇଛନ୍ତି।
ଫଳରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅଭିଯୋଗ ମାଲକାନଗିରି ସଦର ବ୍ଳକ ଗୌଡଗୁଡା ଗ୍ରାମ ଫଚାୟତ ଅନ୍ତର୍ଗତ ଏମ୍.ଭି. ୯ ଓ ଏମ୍.ଭି. ୧୦ ଗ୍ରାମରେ ଦେଖିବାକୁ ମିଳିଛି। ଏମ୍.ଭି. ୯ ଗ୍ରାମର ଦିଲିପ ସିଲ୍ ନାମକ ଚାଷୀ ତାଙ୍କ ଚାରି ଏକର ଚାଷ ଜମି ନିମନ୍ତେ ୨୦୧୨ ମସିହାରେ ଆବେଦନ କରି ଜମିରେ ନଳକୂପ ଖନନ କରିଥିଲା। ବିଦ୍ୟୁତୀକରଣ ବାବଦ ରିଆତି ମୂଲ୍ୟ ହିସାବରେ ୯ ହଜାର ଟଙ୍କା ପୈଠ କରି ରସିଦ ପ୍ରାପ୍ତ କରିଥିଲେ। ପରେ ଖୁଣ୍ଟ ପୋତିବା ସହ ତାର ଟଙ୍ଗାଯାଇ ବିଦ୍ୟୁତ୍ ମିଟର ଲଗା ଯାଇଥିଲା , କିନ୍ତୁ ଏହି ପ୍ରକଳ୍ପ ସମ୍ବନ୍ଧୀୟ କୌଣସି କାଗଜପତ୍ର ବିଭାଗୀୟ ବାବୁମାନେ ପ୍ରସ୍ତୁତ କରି ନଥିଲେ। ଏ ସମ୍ପର୍କରେ କୌଣସି ବିଦ୍ୟୁତ ବିଭାଗ ସହ ଚୁକ୍ତିପତ୍ର ହୋଇ ନଥିବା ବେଳେ ଏହି ମିଟରରେ କୌଣସି ବିଲ୍ ଆସୁ ନଥିଲା I ସେ ସମ୍ବନ୍ଧରେ ସମ୍ପୃକ୍ତ ଚାଷୀ ଦିଲିପ୍ ସିଲ୍ ବିଦ୍ୟୁତ୍ ବିଭାଗକୁ ଅଭିଯୋଗ କଲାପରେ ମଧ୍ୟ ତାହାର କୌଣସି ସମାଧାନ ହୋଇ ନଥିଲା। ଚଳିତ ବର୍ଷ ଟାଟା ପାୱାରର କର୍ମକର୍ତା ଯାଇ ସେହି ସ୍ଥାନରୁ ବିଦ୍ୟୁତ୍ ବିଚ୍ଛିନ୍ନ କରି ଦେଇଛନ୍ତି। ସେହିପରି ଏମ୍.ଭି.୧୦ ଗ୍ରାମର ଶ୍ରୀପତି ବିଶ୍ଵାସ ୨୦୧୪ ମସିହାରେ ନଳକୂପ ଖନନ କରିବା ସହ ବିଦ୍ୟୁତୀକରଣ ନିମନ୍ତେ ୧୨୭୦୮ ଟଙ୍କା ପୈଠ କରି ଜଗି ବସିଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କର ମିଟରରେ କୌଣସି ବିଲ୍ ଆସୁ ନଥୁବା ଯୋଗୁଁ ବିଭାଗ ତରଫରୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। ମାଲକାନଗିରି ଜିଲାର ବିଭିନ୍ନ ବ୍ଲକରେ ୧୫ରୁ ଉର୍ଦ୍ଧ୍ଵ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଛି । ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ଦୀର୍ଘଦିନ ଧରି ଆମ ନିକଟରେ ଏଭଳି ଅଭିଯୋଗ ଆସୁଛି କିନ୍ତୁ ଏ ସମ୍ବନ୍ଧୀୟ କୌଣସି କାଗଜପତ୍ର ଉଠାଜଳସେଚନ ବିଭାଗ ବିଦ୍ୟୁତ୍ କାର୍ଯ୍ୟାଳୟରେ ଜମା କରିନଥିବା ବେଳେ ଏ ପ୍ରକଳ୍ପ ସମ୍ବନ୍ଧୀୟ କୌଣସି ଚୁକ୍ତିପତ୍ର କରିନାହାନ୍ତି । ଅନୈତିକ ଭାବେ ଚାଷୀ ବିଦ୍ୟୁତ୍ ବ୍ୟବହାର କରିବାରୁ ତାଙ୍କର ବିଦ୍ୟୁତ୍ ବିଚ୍ଛିନ୍ନ କରା ଯାଇଥିବା ସେ ପ୍ରକାଶ କରିଛନ୍ତି| ଅନ୍ୟ ଦିଗରେ ଉଠାଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଦୀର୍ଘ ଦିନ ଧରି କା ର୍ଯ୍ୟାଳୟରେ ଦେଖା ନ ପାଇ ଫୋନରେ ଯୋଗାଯୋଗ କରିବାରୁ ଯଥାଶୀଘ୍ର ଚାଷୀଙ୍କୁ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଦିନ ଗଡାଇ ଚାଲୁଥିବା ବେଳେ କନିଷ୍ଠ ଯନ୍ତ୍ରୀ ମଧ୍ଯ ଧରାଛୁଆଁ ନ ଦେଇ ଆଜିକାଲି କଥା କହି ଦିନ ଗଡାଇ ଚାଲୁଛନ୍ତି। ଏ ସମ୍ବନ୍ଧରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଚାଷୀଙ୍କ ଚାଷ ଜମିରେ ବିଦ୍ୟୁତ୍ ସଂଯୋଗ କରାଯିବା ସହ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଚାଷୀକୁଳ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post