ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୨୬/୦୨):- ପଦ୍ମପୁର ବନାଞ୍ଚଳ ତରଫରୁ ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା ରଥ ମାଧ୍ୟମରେ ସଚେତନ କରାଯାଉଛି। ଆଜି ଜଗଦଲପୁର ସେକ୍ସନ ଅନ୍ତର୍ଗତ ସାନକଞ୍ଜାରି ଗ୍ରାମରେ ପାଲା ମାଧ୍ୟମରେ ସଚେତନ କରାଯାଇଥିଲା। ତାରାକାନ୍ତ ଛତର ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ପରିବେଷିତ ଏହି ପାଲାରେ ଜଙ୍ଗଲ ନିଆଁ କୁ ଆଗାମୀ ଦିନରେ କିପରି ରୋକାଯାଇ ପାରିବ ତା ଉପରେ ଆଲୋକପାତ କରିବା ସହ ଜଙ୍ଗଲର ଉପାଦେୟତା ସଂପର୍କରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବନ ସଂରକ୍ଷକ ଡ଼କ୍ତର ହରମୋହନ ରଥ ଯୋଗଦେଇଥିବା ବେଳେ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ସାହୁ, ଜଗଦଳପୁର ବନପାଳ ରାଧାକାନ୍ତ କୁମ୍ଭାର ଉପସ୍ଥିତ ରହି ଲୋକ ମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପରେ ଆଗାମୀ ଦିନରେ ଆହୁରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.