କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଅଲଟ୍ରା ସାଉଣ୍ଡ ଲାଗି ରୋଗୀ ହତାଶ।

0 2

କେନ୍ଦୁଝର, ତା ୨୬/୨- କେନ୍ଦୁଝର ଲୋକଙ୍କ ରକ୍ତ ଖଣି ଟଙ୍କାରେ ନବୀନ ବାବୁ ଧରଣୀଧର ମେଡିକାଲ କଲେଜ ନିର୍ମାଣ କରି ୨୦୨୩ରେ ଏହାରଶୁଭ ଉଦଘାଟନ କରିଥିଲେ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରୋଗୀ ଶଯ୍ୟା ତଥା ଅନୁସଙ୍ଗିକ ବ୍ୟବସ୍ଥାକୁ ନେଇ ଏହି ମେଡିକାଲ କଲେଜ ତିନି ବର୍ଷ ହେଲାଣି ଚାଲୁ ରହିଛି। ତେବେ ଏଠାରେ ଧୀରେ ଧୀରେ ଅନ୍ୟାନ୍ୟ ବିଭାଗ ଖୋଲିବା ଦ୍ୱାରା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସାଧାରଣ ଅଲଟ୍ରା ସାଉଣ୍ଡ ପରି ଗୁରୁତ୍ୱପୂର୍ଣ୍ଣ ସେବା ବନ୍ଦ ହୋଇଯାଇଛି। କିନ୍ତୁ ମେଡିକାଲ କଲେଜରେ ଅଲଟ୍ରା ସାଉଣ୍ଡ ଲାଗି ସକାଳ ଓଳିରେ ମାତ୍ର ୫୦ ରୋଗୀଙ୍କୁ ସେବା ମିଳୁଥିବାରୁ ଅନ୍ୟମାନେ ହତାଶ ହେଉଛନ୍ତି। ଜଣେ ରୋଗୀ ଟିକଟ କରି ୱାର୍ଡ ଯାଇ ଡାକ୍ତର ଦେଖାଇ ଅଲଟ୍ରା ସାଉଣ୍ଡ ଲାଗି ଆସିଲା ବେଳେ ଲାଇନ ଦେବାକୁ ପଡେ ଅସମ୍ଭାଳ ଭିଡ ଲାଗି ଅଧିକାଂଶ ହତାଶ ହୁଅନ୍ତି ପୁଣି ରିପୋର୍ଟ ମିଳିବା ବେଳେ ବିଭାଗୀୟ ଡାକ୍ତର ମଧ୍ୟାହ୍ନ ବିରତି ଲାଗି ଚାଲିଯାଇଥାନ୍ତି। ତେଣୁ ଜଣେ ରୋଗୀ ଏଠାରେ ଦୂରରୁ ଆସି ତିନି ଦିନ ରୋଗ ଦେଖାଇବାକୁ ପଡ଼ି ରହୁଥିବା ଜଣାଯାଉଛି। ଏପରି ସ୍ଥଳେ ନାଗରିକ ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ସିଡିଏମଓ ମୋବାଇଲ ଅଲଟ୍ରା ସାଉଣ୍ଡ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତର ନଥିବାରୁ ତାହା ସମ୍ଭବପର ଏଯାଏ ହୋଇପାରିନି। ତେଣୁ ଉଭୟ ମେଡିକାଲ କଲେଜ ତଥା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଧିକା ଅଲଟ୍ରା ସାଉଣ୍ଡ ମେସିନ ଓ ବିଶେଷଜ୍ଞ ବ୍ୟବସ୍ଥା କରିବାକୁ ଜିଲ୍ଲା ନାଗରିକ ମଞ୍ଚ ସହ ସଂପାଦକ ଦିଲୀପ କୁମାର ସାହୁ ଦାବି କରିଛନ୍ତି।

Leave A Reply

Your email address will not be published.