ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ସେବି ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ର ମିଳିତ ଆନୁକୂଲ୍ୟରେ ସ୍ମାର୍ଟ୍ ଇନଭେଷ୍ଟର୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଡ.ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ପ୍ରଶାସନିକ ଅଧିକାରୀ ଡ.ଇ.ରବି ନାରାୟଣ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେବି ତରଫରୁ ବିଶେଷଜ୍ଞ ଭାବରେ ମନୋଜ ନାହାକ ଯୋଗ ଦେଇ ଆଜିର ଦିନରେ ଠିକ୍ ଭାବରେ ନିବେଶ କରିବା ସହିତ ସଠିକ୍ ତଥ୍ୟ ଏବଂ ଜ୍ଞାନ ବିନା ନିବେଶ କଲେ ଅଧିକ କ୍ଷତି ହେବାର ସମ୍ଭାବନା ଥିବା ଯୋଗୁଁ ଲୋକଙ୍କୁ ସୁରକ୍ଷିତ ଏବଂ ବୁଦ୍ଧିମାନ ନିବେଶ ଉପରେ ସଚେତନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତ,ଆର୍ଥିକ ପ୍ରବନ୍ଧନର ମୂଳ ଧାରଣା , ସୁରକ୍ଷିତ ନିବେଶ ବିଷୟରେ ଜ୍ଞାନ,ସାଇବର୍ ଠକେଇ ଏବଂ ଫ୍ରଡ୍ ଠାରୁ ସତର୍କ ରହିବା,ଦୀର୍ଘ କାଳୀନ ନିବେଶ ଯୋଜନାର ଗୁରୁତ୍ୱ ଏବଂ ଭାରତୀୟ ପୁଞ୍ଜି ବଜାରରେ ନିଯୁକ୍ତି ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଅନୀଲ କୁମାର ସ୍ୱାଇଁ, ସଞ୍ଜତ କୁମାର ଦାଶ୍, ଦେବଦୂତ ଗୌଡ଼, ଧରିତ୍ରୀ ରାଣୀ ବିଷୋୟୀ ଏବଂ ଡଃ. ସଂଜୀବ କୁମାର ଦାଶଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ, ଛାତ୍ରଛାତ୍ରୀ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post