କେନ୍ଦୁଝର,ତା୨୩/୨- ଢେଙ୍କିକୋଟ ଠାରେ ଥିବା ବହୁ ପୁରାତନ ବାବା ବିଶ୍ୱନାଥ ଶିବମନ୍ଦିରରେ ନୂତନ ଗୃହ ପ୍ରତିଷ୍ଠା ହୋଇଯାଇଛି। ପୂଜାରେ ସଂକଳ୍ପରେ ବସିଥିଲେ ବ୍ୟକ୍ତି ଶ୍ରୀରାମଚନ୍ଦ୍ର ସାହୁ। ମନ୍ଦିର ପୂଜକ ଅଦ୍ଵୈତ ଶତପଥୀଙ୍କ ପରିଚାଳନାରେ ପୂଜାକାର୍ଯ୍ୟ କରିଥିଲେ ପୂଜକ ବେଣୁଧର ଦାସ। ନୂତନ ଗୃହକୁ ଏକ ଶୁଭ ମୁହୁର୍ତ୍ତରେ ଫିତାକାଟି ଉଦଘାଟନ କରିଥିଲେ ଜିଲ୍ଳା ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ଧର୍ମପତ୍ନୀ ଲବଙ୍ଗଲତା ନାୟକ। ନୂତନ ଗୃହକୁ ସମ୍ପୂର୍ଣ୍ଣ କରିବାର ଦାୟୀତ୍ଵ ନେଇଥିଲେ ଆଶୁତୋଷ ମଣ୍ଡଳ। ନିମନ୍ତ୍ରିତ ହୋଇ ସାମ୍ବାଦିକ ସଞ୍ଜୟ କୁମାର ସାହୁ, କବିନ୍ଦ୍ର ରାଉତ, ମହେଶ୍ଵର ସାହୁ, ନୃସିଂହ ନାଥ ସିଂହ,ଅଭିମନ୍ୟୁ ରାଉତ, ବିଜୟ କୁମାର ମଣ୍ଡଳ,ପବିତ୍ର ସିଂହଙ୍କ ସମେତ ବହୁ ଶିବଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ।
Sign in
Sign in
Recover your password.
A password will be e-mailed to you.