ବାସୁଦେବପୁର ଜନସୁଣାଣି: ୧୬୮ଟି ଅଭିଯୋଗ ଗ୍ରହଣ, ୪୨ଟିର ତତ୍କାଳ ସମାଧାନ

0

ଭଦ୍ରକ,: ୨୩/୦୨/୨୦୨୬; ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏକଂ ଅଧ୍ୟକ୍ଷତାରେ ବାସୁଦେବପୁର ବ୍ଲକ ପଞ୍ଚାୟତ ସମିତି ଗୃହରେ ଆୟୋଜିତ ଜନସୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୧୬୮ଟି ଅଭିଯୋଗ ଗ୍ରହଣ କରାଯାଇଛି। ଏଥିମଧ୍ୟରୁ ୧୪୯ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବାବେଳେ ୧୬ଟି ଅଭିଯୋଗ ଗାଁ/ସାମୁଦାୟିକ ସମସ୍ୟା ସମ୍ପର୍କିତ ରହିଛି।

ଜନସୁଣାଣିରେ ୪୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଏହାସହ ରେଡକ୍ରସ୍ ସହାୟତା ଅଧୀନରେ ୩ଟି ମାମଲାରେ ସହାୟତା ପ୍ରଦାନ କରାଯାଇଛି।

ଜିଲ୍ଲା ରେଡକ୍ରସ୍ ଫଣ୍ତରୁ ୩ଜଣଙ୍କ ପକ୍ଷରେ ୧୧,୫୦୦ ଟଙ୍କାର ସହାୟତା ମଞ୍ଜୁର କରାଯାଇଛି। ଜିଲ୍ଲାପାଳ ଙ୍କ ସହ ଏସପି ମନୋଜ ରାଉତ, ସି ଡି ଏମ ଓ, ଶିକ୍ଷା ଅଧିକାରୀ, ବିଡ଼ିଓ, ତହସିଲଦାର, ଙ୍କ ସହ ଅନ୍ୟ ସମସ୍ତ ସମସ୍ତ ଅଧିକାରୀ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.