ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଜେନିଥ ଦ ଲାୟନ୍ସ ଗୁରୁକୁଳ ତରଫରୁ ଶ୍ରଦ୍ଧାଞ୍ଜଳି

0

ପଦ୍ମପୁର/ନୀଳ ଦୀପ -ଜେନିଥ ଦ ଲାୟନ୍ସ ଗୁରୁକୁଳ ପଦ୍ମପୁରର ଛାତ୍ରଛାତ୍ରୀ ମାନେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପଦ୍ମପୁର ରାଜପ୍ରାସାଦ ନିକଟରୁ ପ୍ରାୟ ଆଠଶହ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ୟାଣ୍ଡେଲ ରାଲି ବାହାରି ଭେଉଁରିଆ ଛକଠାରେ ପହଞ୍ଚିଥିଲା ଏବଂ ଭେଉଁରିଆ ଛକଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ବି ସରକାର, ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ପ୍ରତାପ ମିଶ୍ର,ଶ୍ରୀଯୁକ୍ତ ସୁଶାନ୍ତ ରଥ,ଶ୍ରୀଯୁକ୍ତ ପବନ କୁମାର ଅଗ୍ରୱାଲ,ଶ୍ରୀଯୁକ୍ତ ଏମ.ଡି ଜାଓ୍ବେଦ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ସିଂ ବରିହା,ସସରର ବୁଦ୍ଧିଜିବୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହମବତୀ ପ୍ରଜ୍ବଳନ ଓ ପୁଷ୍ପ ଅର୍ପଣ କରାଯାଇଥିଲା । କାର୍ଯ୍ୟରତ ଓ ଅବସରପ୍ରାପ୍ତ ସୈନିକ ଓ ତାଙ୍କ ପରିବାର ବର୍ଗଙ୍କୁ ସବୁବେଳେ ସମ୍ମାନ ଦେବାପାଇଁ ଅଧ୍ୟକ୍ଷ ଶ୍ରୀ ସରକାର ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ ।ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମକୁ ସଫଳ ରୂପଦେବାରେ ପଦ୍ମପୁର ପୋଲିସ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.