କେନ୍ଦୁଝର,ତା୨୨/୨- କେନ୍ଦୁଝର ବ୍ରାହ୍ମଣ ମହାସଭା ସଭାଗୃହ ଠାରେ କେନ୍ଦୁଝରର ସାରସ୍ୱତ ସାଧକ ସ୍ୱର୍ଗତ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ପାଢ଼ୀ, ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ କୁମାର ନନ୍ଦ, ଶ୍ରୀଯୁକ୍ତ ଚିତ୍ତ ମିଶ୍ର, ଶ୍ରୀଯୁକ୍ତ ଦେବାଶିଷ ଚକ୍ରବର୍ତ୍ତୀ ଏବଂ ଶ୍ରୀଯୁକ୍ତ ସୁଧା ଦାଶ ମଞ୍ଚରେ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ରମେଶ ଚକ୍ରବର୍ତ୍ତୀ କିପରି ନିଜର ଜୀବନକାଳ ଭିତରେ ସାରସ୍ୱତ ସାଧକ ହୋଇ ପାରି ନିଜର କୀର୍ତ୍ତି ରଖି ପାରିଛନ୍ତି ଏବଂ ସେ ବ୍ରାହ୍ମଣ ମାନଙ୍କୁ କିପରି ଭଲ ପାଉଥିଲେ,ବ୍ରାହ୍ମଣ ମହାସଭା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ତାହା ଡ଼ଃ ଚିତ୍ତ ମିଶ୍ର, ଡ. ସୁଧା ଦାଶ ଏବଂ କବି ଶ୍ରୀଯୁକ୍ତ ଦେବାଶିଷ ଚକ୍ରବର୍ତ୍ତୀ ବର୍ଣ୍ଣନା କରିଥିଲେ। ଏହି ସଭାରେ ୫୦ରୁ ଉର୍ଦ୍ଧ୍ଵ ସଦସ୍ୟ ଉପସ୍ଥିତ ଥିଲେ, ସମସ୍ତଙ୍କର ଏହି ଉପସ୍ଥିତିକୁ ସାଧାରଣରେ ପ୍ରଶଂସା କରାଯାଇଥିଲା। ବ୍ରାହ୍ମଣ ମହାସଭା ଆଗରୁ ନିଃଶୁଳ୍କ ବ୍ରତୋପୟନ କରି ଚର୍ଚ୍ଚାରେ ରହିଅଛି ଆଗକୁ ମଧ୍ୟ ଅନେକ କିଛି ମହତ କାର୍ଯ୍ୟ କରିବ ବୋଲି ମଞ୍ଚରେ ଉପସ୍ଥିତ ଥିବା ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post