ଦଳିତ ସାହି  ନିକଟରେ ଵିପିଏଲ ଟ୍ରାସଂର୍ଫମର ଚୋରି

0

ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ : .ରାଜ୍ୟ  ଓ କେନ୍ଦ୍ର ସରକାର ସାଧାରଣ ଦଳିତ ଭୂମିହୀନ ବିପିଏଲ୍ ହିତାଧିକାରୀମାନଙ୍କୁ ସ୍ଵଳ୍ପ ମୂଲ୍ୟରେ ବିଦୁତ ପ୍ରତି ଘରେ ଘରେ ଵିଭିନ୍ନ ଯୋଜନା ମାଧ୍ୟମରେ ପହଞ୍ଚାଉଛନ୍ତି ହେଲେ ସିହା ପଞ୍ଚାୟତ ଏହାର ବ୍ୟତିକ୍ରମ  ଦେଖାଦେଇଛି ଏପର୍ଯ୍ୟନ୍ତ ଵହୁତ ସାଧାରଣ ଲୋକେ ବଞ୍ଚିତ ଥିବାବେଳେ  ଦଳିତ ସାହିନିକଟରେ ବସିଥିବା ଏକ ଵିପିଏଲ ଟ୍ରାସଂର୍ଫମରକୁ କେଉଁ ର୍ଦୁବୁତ ଚୋରି କରି ନେଇ ଯାଇଛି ବୋଲି ଅଭିଯୋଗ ହୋଇଛି | ଏ ବାବଦରେ ଵିଭାଗିୟ ଅଧିକାରୀ ସହିତ ବିପିଏଲ୍ ବିଦ୍ୟୁତ ଉପଭୋକ୍ତା ଆଲୋଚନା କରିଥିଲେ ଓ ବିଭାଗୀୟ ଜେଲ ଲୋକାଲବିଦ୍ୟୁତ ର୍କମଚାରୀ ଦେହୁରୀ ବାବୁ ଓ ସେଠି ବାବୁଙ୍କୁ ତୁରନ୍ତ ଅନ୍ୟ ଏକ ଟ୍ରାସଂର୍ଫମରରୁ ବିଦ୍ୟୁତ ସଂଯୋଗ ପାଇଁ ଟେଲିଫୋନ ମାଧ୍ୟମରେ ନିର୍ଦ୍ଦେଶ ଦେବା ସହିତ ଏହାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରତିଶ୍ରୁତି  ଦେଇଥିଲେ | ହେଲେ ଅପରପକ୍ଷେ ଯେତେବେଲେ  ବିଦ୍ୟୁତ କର୍ମଚାରୀ ଦ୍ୱୟ ସେଇଗ୍ରାମର ଅନ୍ୟ  ଏକ ଟ୍ରାସଂଫ୍ରର୍ମରରୁ ବିଦ୍ୟୁତ ସଂଯୋଗ କରିବାକୁ ଯିବାବେଳେ ଉକ୍ତଗ୍ରାମର କିଛିଲୋକ ବିଦ୍ଯୁତସଂଯୋଗକୁ ବିରୋଧ କରି ଫେରାଇ ଦେଇଥିଲେ | ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଗ୍ରାମାଞ୍ଚଳ ଵହୁଜାଗାରେ ନିଛାଟିଆ ଜାଗାମାନଙ୍କରେ ଟ୍ରାସଂର୍ଫମର ମାନଥିଵାଵେଳେ ଏହି ଟ୍ରାସଂର୍ଫମରକୁ କିଏନେଲା ଏହା ତଦନ୍ତସାପେକ୍ଷ ନୁହେଁ କି ?  ସାଧାରଣରେ ଆଲୋଚନା ହେଉଛି କେହି ରାଜନୈତିକ ଉଦ୍ଦେଶ୍ୟ ରେ ସାଧାରଣ ଦଳିତ ଭୂମିହୀନ ବିପିଏଲ୍ ହିତାଧିକାରୀ ମାନଙ୍କୁ ହତାଶ କରୁନାହାନ୍ତି ତ ? ଏବାବଦରେ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ଯଦିବା କେହି ନିଜର ଘୃନ୍ୟ ଉଦ୍ଦେଶ୍ୟରେ  ସରକାରୀ ସଂପଦ  ନଷ୍ଟକରୁଥାଏ ତାହାଲେ ନଷ୍ଟକାରୀକୁ ଉଚିତ ଦଣ୍ଡ ମିଳିଲେ ଵହୁତ ସରକାରୀ ସଂପଦ ବଞ୍ଚି ଯାଆନ୍ତା ଓ ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ତୁରନ୍ତ ଏହାର ସମାଧାନ ହେଲେ ପିଲାମାନେ ରାତିରେ ପାଠପଢାପଢି କରିପାରନ୍ତେ |ଏଥିପ୍ରତି ଉଚପଦସ୍ତ  କର୍ମଚାରୀ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି |

 

Leave A Reply

Your email address will not be published.