ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ତୃତୀୟ ଦିନରେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଜପତି ଶ୍ରୀ ଏମ. ପ୍ରକାଶ ରାଓ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତୁଷାରେନ୍ଧୁ ନାୟକ , ଡିପିଏମ , ଓଏଲଏମ ଶ୍ରୀ ଟିମନ ବାରା ପ୍ରମୁଖ ମଞ୍ଚାସିନ ଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରେ ପରେ ଓଡ଼ିଶାର କଣ୍ଠ ଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଦ୍ଵାରା ରଙ୍ଗା ରଙ୍ଗ ସଙ୍ଗୀତ ପରିବେଷଣ କରାଯାଇଛି।
ସେହିପରି ପ୍ରତିଦିନ ମେଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ପ୍ରତିଦିନ ନିଜର ଉତ୍ପାଦିତ ଜିନିଷ ଗୁଡ଼ିକୁ ବିକ୍ରିବଟା କରିବା ସହିତ ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ ଉପରେ କର୍ମଶାଳା ଅନୁଷ୍ଠିତ ହେଉଛି ଓ ସେହିପରି ପ୍ରତିଦିନ ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେଉଛି।
ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି “ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ କରୁଛନ୍ତି। ମେଳାରେ ବିବିଧ ହସ୍ତତନ୍ତ , ହସ୍ତଶିଳ୍ପ ଓ ଖାଦ୍ୟ ମେଳା ପ୍ରଦର୍ଶିତ ହେଉଛି। ସମସ୍ତ ଦର୍ଶକ ପରିଦର୍ଶନ କରି ଲୁଗାପଟା , ଖାଦ୍ୟଶସ୍ୟ , ଗୃହ ସାଜସଜ୍ଜା ଓ ଘରକରଣା ଜିନିଷର ଅପୂର୍ବ ସମ୍ଭାର କିଣିପାରିବେ।
ସେହିପରି ଏହି ମେଳା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ନିଜର ଉତ୍ପାଦକୁ ବୃହତ ବଜାର ସହିତ ସଂଯୋଗ କରି ଆୟ ବୃଦ୍ଧି କରିବା ସହିତ ଓ ଆତ୍ମନିର୍ଭରତା ଅର୍ଜନ କରିବେ। ଏହା ସେମାନଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବା ସହ “ଲକ୍ଷପତି ଦିଦି” ହେବା ସ୍ଵପ୍ନକୁ ସାକାର କରିବ। ମିଶନ ଶକ୍ତିର ଏହି ପଦକ୍ଷେପ “ବିକଶିତ ଓଡ଼ିଶା ୨୦୩୬” ଓ “ବିକଶିତ ଭାରତ ୨୦୪୭”ର ସ୍ଵପ୍ନକୁ ଆହୁରି ସୁଦୃଢ କରିବ।
ଆଜିର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ସମସ୍ତ ଲାଇନ୍ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.