ରାଜଗାଙ୍ଗପୁରରେ ପ୍ଲାଷ୍ଟିକ ପଲିଥିନ ବ୍ୟାଗ ଧରପକଡ: ଦୋକାନୀଙ୍କ ବିରୋଧ, ଥାନାରେ ଏତଲା

0 2

ରାଜଗାଙ୍ଗପୁର,୧୯-୦୨-୨୬. ବେଆଇନ ପଲିଥୁନ୍ ବିକ୍ରିକୁ ନେଇ ଗୁରୁବାର ରାଜଗାଙ୍ଗପୁର ପୌରପାଳିକାର ଏନଫୋର୍ସ ମେଣ୍ଟ ଟିମ୍ ରାଜଗାଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ସହରର ଡେଲିମାର୍କେଟରେ ଚଢ଼ଉ ବେଳେ ସେଠାରେ ଟିମ୍‌କୁ ଦୋକାନୀମାନେ ବିରୋଧ କରିଥିଲେ। ଦୋକାନୀଙ୍କ ଅଭିଯୋଗ କଟକଣା ଥିବା ପଲିଥୁନ ବା ପ୍ଲାଷ୍ଟିକ ନିର୍ମାଣ କରୁଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ସାଧାରଣ ଛୋଟ ଦୋକାନୀଙ୍କ ଉପରେ ଅଯଥାରେ ଚଢ଼ଉ କରିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏପରିକି ଏ ନଫୋର୍ସ ମେଣ୍ଟ ଟିମ୍ ଦୋକାନରେ ମାଲିକ ନ ଥିବା ବେଳେ ଦୋକାନ ଓ ଘରେ ଭିତରେ ପଶି ପ୍ଲାଷ୍ଟିକ ସାମଗ୍ରୀ ଜବତ କରୁଛନ୍ତି ବୋଲି ଅଭିଯୋଗ କରି ଟିମ୍ ସଦସ୍ୟଙ୍କୁ ଘେରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯାହାକୁ ନେଇ ସେଠାରେ ବେଶ କିଛି ସମୟ ପାଇଁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଏହି ଘଟଣା ପରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା କହିଛନ୍ତି, ରାଜ୍ୟ ସରକାର ପରିବେଶ ପ୍ରଦୂଷଣ କରୁଥିବା

ପଲିନ୍ନ ବା ପ୍ଲାଷ୍ଟିକ ବିକ୍ରି ଉପରେ କଟକଣା ଲଗାଇଛନ୍ତି । ତେଣୁ ସରକାରଙ୍କ ନିର୍ଦ୍ଦେଶ ମାନୁ ନ ଥିବା ଦୋକାନୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଲାଗି ସମୟ ସମୟରେ ଚଢ଼ଉ କରାଯାଉଛି। ଯାହାକୁ କିଛି ଦୋକାନୀ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ଚଢ଼ରରେ ସାମିଲ କର୍ମଚାରୀମାନେ ହଟ୍ଟ ଗୋଳ କରିଥିବା ଦୋକାନୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଜିର ଏହି ଚଢ଼ଉରେ ବହୁ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.