ବାସୁଦେବପୁର -ବାସୁଦେବପୁର ବିଜେପି ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ଜନ୍ମ ଦିନ ରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମଣ୍ଡଳ ସଭାପତି ରତିକାନ୍ତ ଦଳାଇ, ଆଶୁତୋଷ ସାମଲ, ଜଗବନ୍ଧୁ ମଲିକ, ଅମର ଦାସ, ବିଜେପି ଜିଲ୍ଲା କୋଷା ଧକ୍ଷ ଜୟ ପ୍ରକାଶ ମଲ୍ଲିକ, ମଧୁ ସୁଦନ ପାଢୀ,ବିଜେପି ନେତା ଡ ପ୍ରତାପ ନାୟକ, ଉମାକାନ୍ତ ଖୁଣ୍ଟିଆ, ନିର୍ମଳ ପଣ୍ଡା, ବିପିନ ମିଶ୍ର, ବିଜୟ ମାଝୀ, ବିଜୟ ମିଶ୍ର, ଉମାକାନ୍ତ ଡ଼ାଙ୍ଗୁଆ, କପିଲ ପଟ୍ଟନାୟକ, ବିଜୟ ବିଶ୍ବାଳ, ଦମୟିନ୍ତି ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ ଅନେକ ବିଜେପି ନେତା ମଧ୍ୟ ରକ୍ତ ଦାନ କରିଥିଲେ। ରକ୍ତ ଦାନ ଏକ ମହତ ଦାନ ସମସ୍ତ ଯୁବ ବର୍ଗ ଆଗେଇ ଆସନ୍ତୁ ରକ୍ତ ଦାନ କରନ୍ତୁ ବୋଲି ରକ୍ତ ଦାତା କହିଥିଲେ।
Sign in
Sign in
Recover your password.
A password will be e-mailed to you.