ରୁ ସୁରେନ୍ଦ୍ର କୁମାର ବେମାଳ: ତାରିଖ -୨୦/୦୨/୨୦୨୬ , ପୋଡଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କଟିଗୁଡା ଗ୍ରାମର ତୁଳସୀ କ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଏହାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା କାଲି ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ, ପ୍ରଥମ ଦିନରେ ଜଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଏଥିରେ ଗ୍ରାମର ୧୦୮ ଜଣ ମହିଳା ନିକଟସ୍ଥ ଫୁଲେଇ ନଦୀରୁମୁଣ୍ଡରେ ଜଳ କଳସ ଧରି ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିର ପରିସରରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଏହାପରେ ଗଞ୍ଜାମ ଜିଲ୍ଲାର ସରଧାପୁରରୁ ଆସିଥିବା ମୁଖ୍ୟ ଯଜ୍ଞ ଆଚାର୍ଯ୍ୟ, ପୁରୋହିତ ଶ୍ରୀ ଗୋଦାବରୀଶ ହୋତା, ଶଶାଙ୍କ ଭୁଷଣ ହୋତା, ବିନାୟକ ଆଚାର୍ଯ୍ୟ ପ୍ରମୁଖ ଯଜ୍ଞ ବେଦୀରେ ବୈଦିକ ରୀତିନିତୀ ରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଏଥିରେ ଗ୍ରାମର ମୁଖ୍ୟ କର୍ତ୍ତା ଭାବେ ସନୀଆ ଦାସା, ବନ୍ଧୁ କପେ, ନକୁଳ ଦାସା, ନରସିଂହ ପୁଟିଆ ଓ ସୋମନାଥ ମାଢି ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ସିରିପେଟା ଦୟଣା କ୍ଷେତ୍ରର ମହନ୍ତ ବ୍ରହ୍ମାନନ୍ଦ ଦାସ, ଜଗନ୍ନାଥ ମନ୍ଦିର ପୂଜକ ଡମୁ ଦାସା ଓ ଇସ୍କନ ସଂସ୍ଥା ର ପ୍ରଚାରକ ରଥରାଜ ଗୈାରାଙ୍ଗ ଦାସ ଉପସ୍ଥିତ ରହି ବୈଦିକ ଓ ବୈଷ୍ଣବ ରିତୀନିତି ଅନୁସାରେ ଅଷ୍ଟପ୍ରହରୀ ନାମଯଜ୍ଞ ଭଳି ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଥିଲେ । ଆଜି ଅପରାହ୍ନ ୪ଟା ସମୟରେ ଶାସ୍ତ୍ର ଓ ବେଦମନ୍ତ୍ର ପାଠ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୂତନ ମନ୍ଦିରର ଗର୍ଭଗୃହରେ ତିଆରି ହୋଇଥିବା ଆସନରେ ପ୍ରତିଷ୍ଠିତ କରାଯାଇଥିଲା, ଏହି ସମୟରେ ଭକ୍ତମାନଙ୍କର ଉତ୍ସାହ ଦେଖିବାକୁ ମିଳିଥିଲା, ଶ°ଖନାଦ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ଏକ ଅଲୈକିକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ଭକ୍ତମାନେ ଆନନ୍ଦ ବଜାରରେ ପ୍ରସାଦ ସେବନ କରି ଆନନ୍ଦିତ ମନରେ ଘରକୁ ଫେରିଥିଲେ । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ବାଙ୍କଟିଗୁଡା ତୁଳସୀ କ୍ଷେତ୍ର ଟ୍ରଷ୍ଟ ସଭାପତି ଲବ କର୍ଲିଆ, ଜଗବନ୍ଧୁ ବାରିକ, ଉର୍ଦ୍ଧବ ଦାସା, ପ୍ରିତମ ଗୁଡତେଲୀ, ବାଗନା ଦାସା,ସନୀଆ ଦାସା, ସମାରୁ ଫୁଲା, ମାଧବ ଦାସା, ଗୈାତମ କାଲାକୁରା, ଘନେଶ୍ଵର ଦଳେଇ,ମଧୂ ଭୂମିଆ, ମୁକୁନ୍ଦ ଦାସା,ବାଗା କପେ, ସନା ଦାସା, ସୁମିତ୍ରା ଦାସା, ବୃନ୍ଦା ଦାସା, ଭଗବାନ ସାହୁ, ରବିନ୍ଦ୍ର କୁମାର ମିଶ୍ର, ହିମାଂଶୁ ଶେଖର ସ୍ୱାଇଁ ଅନୁପ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମର ସୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.