ଜଳସମ୍ପଦ ବିଭାଗରେ ପ୍ରମୁଖ ଶାସନ ସଚିବଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ

0 2

ଭୁବନେଶ୍ୱର, ତା- ୧୯. ୦୨. ୨୦୨୬: ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗୀୟ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ବ୍ୟୟକୁ ତ୍ୱରାନ୍ୱିତ କରିବା, ଗୁରୁତ୍ୱପୂର୍ଣ୍ଣ ଖାଲି ପଦବୀଗୁଡ଼ିକର ପୂରଣ ଏବଂ ପ୍ରଗତିକୁ ଆଗେଇ ନେବା ପାଇଁ ସରଳ ମୁଖ୍ୟ ପ୍ରଦର୍ଶକ ସୂଚକାଙ୍କ ଗଠନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହା ସହିତ ଯୁବ ଯନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା ଏବଂ ବିଭାଗର ଡିଜାଇନ୍ ଉଇଙ୍ଗ୍‌କୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ବିଭାଗ ଧ୍ୟାନ ଦେବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସାଗର ମହାନ୍ତି, ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.