ଜଳଜାହାଜରେ ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ରଙ୍କ ହୃଦଘାତ ମୃତ୍ୟୁ ଘଟଣାକୁ ୧୦ ଦିନ ବିତିଲା, ଓଡ଼ିଶାରେ ପହଞ୍ଚି ପାରିନି ମର ଶରୀର,

0 2

ପରିବାର ଓ ସାଙ୍ଗସାଥୀ ମଧ୍ୟରେ ଶୋକର ଛାୟା

ଓଡ଼ଗାଁ,୧୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଲକ୍ଷ୍ମୀ ବଜାର ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନା ପୈତୃକ ଘର ସ୍ବର୍ଗତ କୃଷ୍ଣ ପାତ୍ରଙ୍କ ୩ୟ ସନ୍ତାନ ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ର ପାତ୍ର (୫୬)ଙ୍କ ହୃଦଘାତରେ ମୃତ୍ୟୁ ଘଟଣା ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଘଟଣା କ୍ରମରେ ବୁଧବାର ସକାଳେ ମାଲେସିଆର ଏକ ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ଗତ ୦୫ ତାରିଖରେ ଭୁବନେଶ୍ୱରରୁ କଲକାତା ଏବଂ ସେଠାରୁ ସିଙ୍ଗାପୁର ଯାଇ “ଡାଇନାକମ୍ ଟ୍ୟାଙ୍କର୍ସ କମ୍ପାନୀ”ର ପାଣି ଜାହାଜ କାର୍ଯ୍ୟରେ ଯୋଗଦେଇ ମାଲେସିଆ ଅଭିମୁଖେ ଯାଉଥିବା ସମୟରେ ଜାହାଜରେ ତାଙ୍କର ହୃଦଘାତ ହୋଇଥିଲା । ଜାହାଜ ମଧ୍ୟରେ ସକାଳେ ତାଙ୍କ ଉଠିବା ସମୟକ୍ରମରେ ବିଳମ୍ବ ହେବାରୁ ଅନ୍ୟ କର୍ମଚାରୀ ମାନେ ବାଧ୍ୟହୋଇ କବାଟ ଖୋଲିଥିଲେ । ଏବଂ ସେଠାରୁ ତାଙ୍କୁ ଯଥାଶୀଘ୍ର ଏୟାରଲିଫ୍ଟ ମାଧ୍ୟମରେ ମାଲେସିଆର ଏକ ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ଲୋକ ସୂଚନା ଦେଇଥିବା ବେଳେ ଫେବୃଆରୀ ୧୨ ତାରିଖ ଥିବା ପୋଷ୍ଟମର୍ଟମ ରିପୋର୍ଟ ତାଙ୍କର ହସ୍ତଗତ ହୋଇଥିଲା । ତେବେ ଆଜକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ କ୍ୟାପଟେନ ପୂର୍ଣ୍ଣଚନ୍ଦ୍ରଙ୍କ ମରଶରୀର କେଉଁ କାରଣରୁ ଓଡ଼ିଶାରେ ପହଞ୍ଚି ପାରିନି ସେନେଇ ପରିବାର ଠାରୁ ସାଙ୍ଗସାଥୀ ମାନେ ମାନେ ସନ୍ଦେହ ପ୍ରକାଶ କରିଛନ୍ତି । ପ୍ରଶାସନର ହସ୍ତକ୍ଷେପ ହେଲେ ଓଡିଆ ପୁଅ କ୍ୟାପଟେନ ସ୍ବର୍ଗତ ପାତ୍ରଙ୍କ ମରଶରୀର ଓଡ଼ିଶା ଆସିପାରନ୍ତା ବୋଲି ପରିବାର ଲୋକେ ଆଶା ରଖିଛନ୍ତି । ସେ ଓଡ଼ଗାଁର ରଘୁନାଥ ବିଦ୍ୟାପୀଠର ୧୯୮୫ ବ୍ୟାଚର ଛାତ୍ର ଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର ସହିତ ସହପାଠୀ ସାଥୀମାନେ ମଧ୍ୟ ମ୍ରିୟମାଣ ହୋଇପଡିଥିବା ନେଇ ତାଙ୍କର କେତେକ ସାଙ୍ଗଙ୍କ ସହ ଆଲୋଚନା ସମୟରେ ଜଣାପଡିଥିଲା ।

Leave A Reply

Your email address will not be published.