“ଚାଷୀଙ୍କ ଧାନ କିଣିବା ସହ ଲାପ୍‌ସ ଟୋକନ୍ ନବୀକରଣ କରାଯାଉ”

2

ମନ୍ତ୍ରୀଙ୍କୁ ଚିଠି  ଲେଖିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବାକି ରହିଯାଇଥୁବା ଚାଷୀଙ୍କ ଧାନ କିଣିବା ଏବଂ ଲାପ୍‌ସ ହୋଇଯାଇଥିବା ଟୋକନ୍‌ର ନବୀକରଣ ପାଇଁ ପୂର୍ବତନ ବିଧାୟିକା ଦୀପାଳି ଦାସ ସୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ ଉକ୍ତ ଚିଠିରେ ଦର୍ଶାଇଛନ୍ତି, ଚଳିତ ଖରିଫ ଋତୁରେ ଝାରସୁଗୁଡ଼ା ଜିଲାର ବହୁସଂଖ୍ୟକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ଯେଉଁ ଚାଷୀଙ୍କ ଟୋକନ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ, ସେମାନଙ୍କୁ ତୁରନ୍ତ ଧାନ ବିକ୍ରିର ସୁଯୋଗ ଦେବା ଏବଂ ମଣ୍ଡିଗୁଡିକୁ ଅବଶିଷ୍ଟ ଟାର୍ଗେଟ ତୁରନ୍ତ ପ୍ରଦାନ କରାଯାଉ। ଟାର୍ଗେଟ ଅଭାବରୁ ବହୁ ଚାଷୀଙ୍କ ଟୋକନ୍ ଲାପ୍‌ସ ହୋଇଯାଇଛି। ତେଣୁ ଲାପ୍‌ସ ଟୋକନ୍‌ଗୁଡ଼ିକ ଖୁବ୍‌ଶୀଘ୍ର ନବୀକରଣ କରି ଚାଷୀଙ୍କ ଧାନ କିଣାଯାଉ। ଏଥିସହ ଜିଲାର ଜଳସେଚିତ ଜମିଗୁଡିକରେ ଏକର ପ୍ରତି ବିକ୍ରି ପାଇଁ ଦିଆଯାଇଥିବା ଧାନର ପରିମାଣ ୧୩ କୁଇଣ୍ଟାଲରୁ ୧୯ କୁଇଣ୍ଟାଲକୁ ବୃଦ୍ଧି କରାଯାଉ, ୧୫୦ କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି କରିଥିବା ଚାଷୀଙ୍କୁ ଇନ୍‌ପୁଟ୍ ସବ୍‌ସିଡି ତୁରନ୍ତ ପ୍ରଦାନ କରାଯାଉ। ସେହିପରି ଝାରସୁଗୁଡ଼ା ଜିଲାର କିର୍ମିରା, ଲଇକେରା, କୋଲାବିରା, ଲଖନପୁର, ଝାରସୁଗୁଡ଼ା ସଦର ବ୍ଲକ୍ ଅଞ୍ଚଳର ଚାଷୀଙ୍କ ଧାନବିକ୍ରୀ ଜନିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଉକ୍ତ ଚିଠିରେ ଦର୍ଶାଯାଇଛି।

Leave A Reply

Your email address will not be published.