ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)ର ଆୟୋଜନରେ ପାରଳାଖେମୁଣ୍ଡି ସିଭିଲ କୋର୍ଟ ସମ୍ମିଳନୀ କକ୍ଷରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା , ମୋଟର ଦୁର୍ଘଟଣା ମାମଲା (ଏମଏସିଟି) ଓ ମୋଟର ଯାନ ଆଇନ ସମ୍ବନ୍ଧୀୟ ବିଷୟ, ସଂଶୋଧିତ ଦାବି ଟ୍ରିବ୍ୟୁନାଲ ସହମତି ପ୍ରକ୍ରିୟା (ଏମସିଟିଏପି) ଉପରେ ଆଲୋଚନା କରାଯାଇଥିଲା। ସେହିପରି ବିକଳ୍ପ ବିବାଦ ସମାଧାନ ପ୍ରଣାଳୀ ଅନ୍ତର୍ଗତ ସ୍ଥାୟୀ ଲୋକ ଅଦାଲତ (ପିଏଲଏ)ର ସ୍ଥାପନ , କାର୍ଯ୍ୟ ପ୍ରଣାଳୀ , ପିଏଲଏ ଦ୍ୱାରା ଗ୍ରହଣୀୟ ବିବାଦ ଓ ଆଇନ ସେବା କର୍ତ୍ତୃପକ୍ଷ ଆଇନ , ୧୯୮୭ର ଅଧ୍ୟାୟ-ଭିଏ ଅନୁସାରେ ମିଳୁଥିବା ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହାସହ ସୁଖଦେବ @ ପହଲୱାନ ବନାମ ଦିଲ୍ଲୀ ରାଜ୍ୟ (ଏନସିଟି) ଓ ଅନ୍ୟାନ୍ୟ ମାମଲା (ଅପରାଧିକ ଅପିଲ ସଂଖ୍ୟା–୩୨୭୧/୨୦୨୫) ସମ୍ପର୍କିତ ମହତ୍ୱପୂର୍ଣ୍ଣ ରାୟ ଉପରେ ମଧ୍ୟ ଆଲୋଚନା କରାଯାଇ ଉପସ୍ଥିତ ଲୋକମାନଙ୍କୁ ଆଇନ ଜ୍ଞାନ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଗଜପତି district Judge -cum-Chairman , dlsa, Gajapati ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି, Additional district &Sessions judge(Special court), Paralakhemundi,ଶ୍ରୀ ସତ୍ୟନାରାୟଣ ପାତ୍ର , ମୁଖ୍ୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟ ଶ୍ରୀ ନରୋତ୍ତମ ସେଠୀ , ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା , ଡିଏଲଏସଏ ସଚିବ ଶ୍ରୀ ବିମଳ ରାଉଲ , ମହିଳା ଅଦାଲତର ସିଭିଲ ଜଜ (ସିନିଅର ଡିଭିଜନ) ଶ୍ରୀମତୀ ରସ୍ମିତା ସାହୁ , ଏସଡିଜେଏମ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ , ଜେଏମଏଫସି ଶ୍ରୀ ସତ୍ୟଜିତ ପାଣି , ପ୍ରୋବେସନ ସିଭିଲ ଜଜ୍ କୁମାରୀ ଅଭିପ୍ସା ମହାକୁଡ଼ ଓ ପାରଳାଖେମୁଣ୍ଡି ବାର ଆସୋସିଏସନ ସଚିବ ଶ୍ରୀ ଏମ. ପୃଥିବୀରାଜ ଉପସ୍ଥିତ ଥିଲେ।
ଏଥିସହିତ ବରିଷ୍ଠ ଅଧିବକ୍ତା ଶ୍ରୀ ହୀରାଚନ୍ଦ ଓ IIC, traffic police, Paralakhemundi , ଶ୍ରୀ ବାଲ୍ମୀକି ପ୍ରଧାନ ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କୁ ଆଇନ ସଚେତନତା ବିଷୟରେ ସମ୍ବୋଧନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟର ସମସ୍ତ କର୍ମଚାରୀ , ପାରଳାଖେମୁଣ୍ଡି ବାର ସଦସ୍ୟ ଓ ଟ୍ରାଫିକ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଲାଭାନ୍ବିତ ହୋଇଥିଲେ।
[11:22 pm, 10/2/2026] Parlakhemundi: ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମବଙ୍ଗ ରାଜ୍ୟର ଦମ୍ପତି ———————- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ମଙ୍ଗଳବାର) ଗଜପତି ଜିଲ୍ଲାରୁ ୭୭ତମ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନଗା (ଓ.ପ୍ର.ସେ) ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି।
ଅବିବାହିତ ମାତାଙ୍କ ଦ୍ବାରା ସମର୍ପିତ ହୋଇଥିବା ଏହି ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ଶାଲୋମ , ରାଣୀ ପେଣ୍ଠ ଠାରେ ରଖାଯାଇଥିଲା। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି , ଗଜପତି ଶିଶୁଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁଙ୍କର ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା , ଯାହାଦ୍ୱାରା ଶିଶୁଟି ପୋଷ୍ୟ ସନ୍ତାନ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ୪ବର୍ଷରୁ ଉର୍ଦ୍ଧ ସମୟ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତ୍ତି ଶାରିରୀକ ସ୍ତରରେ ଶିଶୁଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ।
ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଯାଞ୍ଚ କରିବା ପରେ ଆଜି ଶିଶୁଙ୍କୁ ଉକ୍ତ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଶିଶୁଙ୍କର ବୟସ ୪ ମାସ , ଶିଶୁପୁତ୍ର ହୋଇଥିବାବେଳେ , ଶିଶୁଙ୍କୁ ପାଇ ଉକ୍ତ ଦମ୍ପତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।
ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମହାପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ଶ୍ରୀଯୁକ୍ତ ପ୍ରତ୍ୟୁଷ କୁମାର ସୂର୍ଯ୍ୟ ଏବଂ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.