ଏପାଖ ସେପାଖ ଯତରା

2

ସ୍ପେସିଆଲ ପାସ୍ ବ୍ୟବସ୍ଥା କାହା ପାଇଁ

ସୁନ୍ଦରଗଡ଼ ସହର ପ୍ରତିଷ୍ଠିତ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବିଧାୟକ, ନେତା, ବିଭିନ୍ନ ବର୍ଗର ଓ ସମ୍ପ୍ରଦାୟର ପ୍ରତିଷ୍ଠିତ ବ୍ୟକ୍ତି ସୁବିଧାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ପାସ ବ୍ୟବସ୍ଥା କରାଯାଇଛି। ୧୦୭୮ଟି ଚୌକି ମଞ୍ଚର ସମ୍ମୁଖ ଭାଗରେ ପକାଯାଇଛି। ସେହି ଅନୁସାରେ ୧୦୭୮ଟି ପାସ ବଣ୍ଟା ଯାଇଛି । କିନ୍ତୁ ଦେଖିବାକୁ ମିଳିଛି ଯେ ବହୁତ କମ ସଂଖ୍ୟକ ପାସଧାରୀ ସେହି ଚେୟାରରେ ବସିଥିଲେ। ଅଧୂକାଂଶ ଚେୟାରରେ ଅନ୍ୟ ଦର୍ଶକ ବସି ପଡ଼ିଥିଲେ। ତେଣୁ ଏତେ କଟକଣା, ଏତେ ପାସ ବଣ୍ଟା କ’ଣ ପାଇଁ ବୋଲି ପ୍ରଶ୍ନ କରିଥିଲେ। ଦେଖ‌ିବାକୁ ମିଳିଥିଲା ଯେ ଏକ ରାଜନୈତିକ ଦଳର ଦୁଇ ଜଣ ନେତା ପ୍ରବେଶ ଦ୍ବାର ପାଖରେ ଠିଆହୋଇ ନିଜ ଦଳର କର୍ମୀ ଓ ନିଜ ପାଖଲୋକଙ୍କୁ ସେହି ସ୍ଥାନରେ ବସାଉଥିଲେ।

ଯତରା ନା ଯାତ୍ରା

ସୁନ୍ଦରଗଡ଼ ଜିଲାର ଗାଁ ଗାଁରେ ଅନୁଷ୍ଠିତ ହେଉଥ‌ିବା ପର୍ବ ପର୍ବାଣୀରେ ବିଭିନ୍ନ ମେଳା ଆୟୋଜନ କରାଯାଇ ତାକୁ ଯତରା ବୋଲି କୁହାଯାଉଥିଲା। ସେ ଅନୁସାରେ ଜିଲା ମହୋତ୍ସବର ପରିକଳ୍ପନା କରାଗଲା ସେତିକି ବେଳେ ଏହାର ନାମ ରଖାଯାଇଥିଲା ଯତରା । କିନ୍ତୁ ସମସ୍ତେ ଏହାକୁ ଯାତ୍ରା ବୋଲି ସମ୍ବୋଧନ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଉଦ‌ବେଗ ପ୍ରକାଶ ପାଇଛି। ଏପରିକି ଅତିଥ୍ ଓ ଅଧିକାରୀ ଏହାକୁ ଯାତ୍ରା ବୋଲି ସମ୍ବୋଧନ କରୁଛନ୍ତି। ଏହା ମହୋତ୍ସବର ଗରିମାକୁ କ୍ଷୟ କରୁଛି।

ମୁଗ୍ଧ କଲା ଡ୍ରୋନ ଶୋ

ପରେ ଦ୍ବିତୀୟ ସନ୍ଧ୍ୟାରେ ମୁଗ୍ଧ କରିଥ୍‌ଲା ଡ୍ରୋନ ଶୋ। ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ରେ ମହମ୍ମଦ ଦାନିସଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେବା ମଧ୍ୟରେ ଏହି ଡ୍ରୋନ ପ୍ରଦର୍ଶିତ ହୋଇଥିଲା । ଜିଲାକୁ ପରିଚୟ ପ୍ରଦାନ କରୁଥିବା ପ୍ରସିଦ୍ଧ ସ୍ଥାନର ପ୍ରତିକୃତି ଡ୍ରୋନ ଜରିଆରେ ପ୍ରଦର୍ଶିତ ହୋଇଥିଲା। ପ୍ରଥମେ ଓଡ଼ିଶା ମଧ୍ଯରେ ସୁନ୍ଦରଗଡ଼ ଜିଲା, ତାପରେ ବୀରମିତ୍ର ଗେଟ୍, ବେଦବ୍ୟାସ, ଛେଙ୍ଗା ପାହାଡ଼, ହନୁମାନ ବାଟିକା, ଖଣ୍ଡାଧାର ଜଳପ୍ରପାତ, ରାଉଲକେଲା ଷ୍ଟିଲ ପ୍ଲାଣ୍ଟ, ଆମକୋ ସିମକୋ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ହକି, ଆଦିବାସୀ ନୃତ୍ୟ ଓ ଶେଷରେ ଯାତ୍ରା ପ୍ରଦର୍ଶିତ ହୋଇଥିଲା । ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ।

Leave A Reply

Your email address will not be published.