(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):: ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଗୁଣୁପୁର ବାଇପାସ୍ ରାସ୍ତା ନିର୍ମାଣ କାମ ତଦାରଖ କରି ଫେରିଛନ୍ତି। ପୁର୍ତବିଭାଗ ଏହି ରାସ୍ତା ନିର୍ମାଣ କରୁଥିବା ବେଳେ ସମୟ ଅବଧି ସରିଥିବା ହେତୁ ତୁରନ୍ତ କାମ ସାରିବା ପାଇଁ ପୁର୍ବରୁ ଜିଲ୍ଲାପାଳ ତାଗିତ କରିଥିଲେ। ଠିକାଦାର ଯୁଦ୍ଧକାଳୀନ ଭିତିରେ କାମ ସାରିବା ପାଇଁ ଉଦ୍ୟମ ଯାରି ରଖି କାମ ଚାଲୁରଖିଥିବା ବେଳେ ଆଜି ଜିଲ୍ଲାପାଳ ତଦାରଖ କରି ଫେରିଛନ୍ତି। କାମର ମାନକୁ ପ୍ରାଧାନ୍ୟ ଦେଇ କାମ କରିବା ପାଇଁ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ। ପ୍ରବାହିତ ହେଉଥିବା ହଳଦିଆ ନାଳ ଉଭୟ ପାର୍ଶ୍ବରେ ଯୋଜନା ମୁତାବକ ମାଟି ନଧସିବା ସକାଶେ ଉନ୍ନୟନ କାମ କରିବା ଗୁଣୁପୁର ପୈାରପରିଷଦ ର ନିର୍ବାହି ଅଧିକାରି ସନ୍ତୋଷ ନାୟକ ଙ୍କୁ ନିର୍ଦେଶ ଦେଇଥିଲେ। ରାସ୍ତା ର ମଧ୍ୟ ଭାଗରେ ସୈାନ୍ଦର୍ଯ୍ୟ ଖରଣ ପାଇଁ ଗଛି ଲଗାଇବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଡିଭାଇଡର ମଧ୍ୟରେ ରାସ୍ତା ଆଲୋକିକରଣ ପାଇଁ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ଜଳିବା ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିଥିଲେ।
ପ୍ରକାଶ ଥାଉକି ଦୀର୍ଘ ତିନିବର୍ଷ ଧରି ଏହି ରାସ୍ତା କାମ ଅସମ୍ପୂର୍ଣ ହୋଇ ପଡିରହିଥିବା ବେଳେ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ରେ ରାସ୍ତା କାମରେ ସଂଶ୍ଲିଷ୍ଟ ବିଭିନ୍ନ ବିଭାଗ ଓ ଠିକାଦାର ତତ୍ପରତା ଦେଖାଇ କାମ ଗୋଟେ ପ୍ରକାର ସଂମ୍ପୁର୍ଣ୍ଣ ଆଡକୁ ଗତି କରୁଛି। ଜିଲ୍ଲାପାଳ ଙ୍କ ତଦରଖ ସମୟରେ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ୍ ଦିଲ୍ଲିପ୍,ପୈାରପରିଷଦ ନିର୍ବାହି ଅଧିକାରି ସନ୍ତୋଷ ନାୟକ, ଗୁଣୁପୁର ବ୍ଲକ୍ ବିଡିଓ ସ୍ବସ୍ତିକ ଜମାଦାର , ଅତିରିକ୍ତ ତହସିଲଦାର ଗୁଣୁପୁର ଗୟା ଡମ୍ବୁରୁ ଗଙ୍ଗାଧର, ପୁର୍ତ ବିଭାଗ ର ସହକାରି ଯନ୍ତି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post