ଗୁଣୁପୁରରେ କ୍ଲିନକେୟାର ଉଦ୍ୟମିତା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ

0 2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର, ଓଫିସ ଅଫ ଡିଭେଲପମେଣ୍ଟ କମିଶନର (MSME), ଭାରତ ସରକାର ଦ୍ୱାରା ପ୍ରାୟୋଜିତ “କ୍ଲିନକେୟାର ଉଦ୍ୟମିତା : ଘରୋଇ ଓ ପରିଚ୍ଛନ୍ନତା ପ୍ରୋଡକ୍ଟ” ବିଷୟରେ ଉଦ୍ୟମିତା ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଆଜି ଓକ୍ସିଭେଦା କେମାରୋମା ମ୍ୟାନୁଫାକ୍ଚରିଂ ୟୁନିଟ୍, ଗୁଣୁପୁରରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଫ୍ରାଗ୍ରାନ୍ସ ଏଣ୍ଡ ଫ୍ଲେଭର ଡିଭେଲପମେଣ୍ଟ ସେଣ୍ଟର (FFDC), ଏକ୍ସଟେନ୍ସନ ୟୁନିଟ୍, ବ୍ରହ୍ମପୁର ଦ୍ୱାରା ଓକ୍ସିଭେଦା କେମାରୋମାଙ୍କ ସହଯୋଗରେ ଆୟୋଜନ କରାଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶଶୀ ଭୂଷଣ ମହାନ୍ତି ଉପସ୍ଥିତ ଥିଲେ। ଦିବସର ଅତିଥି ଭାବେ ଅବସରପ୍ରାପ୍ତ ମୁଖ୍ୟଶିକ୍ଷକ ଶ୍ରୀ ଝୁଲେଶ୍ୱର ମିଶ୍ର ଯୋଗଦେଇଥିଲେ। FFDC ଏକ୍ସଟେନ୍ସନ ୟୁନିଟ୍‌ର ଡାଇରେକ୍ଟର ଇନ୍ଚାର୍ଜ ବୈଜ୍ଞାନିକ ଶ୍ରୀ ୱି.ଭି. ରାମାରାଓ ଓ ପ୍ରଶିକ୍ଷଣ ସମନ୍ୱୟକାରୀ ବୈଜ୍ଞାନିକ ଶ୍ରୀ ବିବେକ ସାରଙ୍ଗୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।
ଓକ୍ସିଭେଦା କେମାରୋମା ପକ୍ଷରୁ ଶ୍ରୀ ସୁରଜିତ ହୋତା ଓ ଶ୍ରୀ ଆଦିତ୍ୟ ନାରାୟଣ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସମସ୍ତ ଅତିଥିମାନେ ମଞ୍ଚାସୀନ ହୋଇ ଗୁଣୁପୁର ଅଞ୍ଚଳର ସମ୍ଭାବ୍ୟ ଉଦ୍ୟମୀମାନଙ୍କ ପାଇଁ ଏହି ପ୍ରଶିକ୍ଷଣର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ଓ ନିଜ ମତାମତ ପ୍ରକାଶ କରିଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ଗୁଣୁପୁର ଓ ପାଶ୍ୱର୍ତ୍ତୀ ଅଞ୍ଚଳର ଯୁବ ଓ ଆଗ୍ରହୀ ବ୍ୟକ୍ତିମାନଙ୍କୁ ଘରୋଇ ଓ ପରିଚ୍ଛନ୍ନତା ପ୍ରୋଡକ୍ଟ ତିଆରିରେ ପ୍ରାକ୍ତିକ ଦକ୍ଷତା ଦେଇ ସ୍ୱାବଳମ୍ବୀ ଉଦ୍ୟମୀ ଭାବେ ଗଢ଼ି ତୋଳିବା।

Leave A Reply

Your email address will not be published.