ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ଜୋନ ସ୍ଥରୀୟ ବୈଠକ ଅନୁଷ୍ଠିତ।

0 2

ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ବିଧାୟିକା ଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ ( ୦୮.୦୨) – ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ସମ୍ବଲପୁର ଜୋନ ସ୍ତରୀୟ ବୈଠକ ନୃସିଂହନାଥ ଠାରେ ଅନୁଷ୍ଠିତ ହୋଇଯାଇଛି।ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ରାଜ୍ୟ ଉପସଭାପତି ସୁଶାନ୍ତ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଜୋନ ସ୍ଥରୀୟ ବୈଠକରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟୀକା ବର୍ଷା ସିଂ ବରିହା , ମୁଖ୍ୟ ବକ୍ତା ଭାବେ ସିମାଞ୍ଚଲ ପଣ୍ଡା ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ୱଜ ବଗାର, ଜିଲ୍ଳା ପରିଷଦ ସଦସ୍ୟ ସରସ୍ୱତୀ ସାହୁ, ଜଳ ସାଥି ସଭାପତି ବିଲାସୀନି ପ୍ରଧାନ, ସମ୍ବଲପୁର ଜୋନାଲ ସଭାପତି ଶେଷଦେବ କାଣ୍ଡ,ଜୋନାଲ ସଂପାଦକ ଫକୀର ଖାନ, ଡିଭିଜନ ସଂପାଦକ ସଂଜୟ ପଟେଲ ବରଗଡ଼ ଶାଖା ସଂପାଦକ ଦୁର୍ଲଭ ମଟାରୀ,ବଲାଙ୍ଗୀର ଡିଭିଜନ ସଂପାଦକ ଯଶୋବନ୍ତ ପାଣିଗ୍ରାହୀ, ରାଜ୍ୟ ସଂଗଠନ ସଂପାଦକ ଅକ୍ଷୟ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।

ପାଇପ ଜଳ କର୍ମଚାରୀ ସଂଘ ତିନି ପ୍ରମୁଖ ଦାବି ଯଥା ୧୯୯୩ ପରବର୍ତ୍ତୀ ଏଚ ଆର କର୍ମଚାରୀ ଙ୍କୁ ଖାଲି ଥିବା ପଦ ପଦବୀରେ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଜନ ସ୍ୱାସ୍ଥ୍ୟ ବିଭାଗ ୱଟାକୋ ବିଭାଗ ରେ କାର୍ଯ୍ୟରତ ଡିଏଲଆର, ସିଏଲଆର ଏନସିଲ କର୍ମଚାରୀ ମାନଙ୍କୁ ସରକାର ଙ୍କୁ ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ ସହିତ ଇପି ଏଫ ,ଇ ଏସ ଆଇ କଟାଯାଉ ,ଗ୍ରାମ୍ୟ ଜଳଯୋଗାଣ ପଞ୍ଚାୟତିରାଜ ପାନୀୟ ଜଳ ଓ ପରିମଳ ବିଭାଗ ରେ କାର୍ଯ୍ୟରତ ଏସଇଏମ କର୍ମଚାରୀ ଙ୍କୁ ସରକାରଙ୍କ ସର୍ବନିମ୍ନ ମଜୁରୀପ୍ରଦାନ ପାଇଁ ପଦ୍ମପୁର ବିଧାୟକ ଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ଶେଷରେ ଜୋନାଲ ସଂପାଦକ ଫକୀର ଖାନ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ୧୦ ଟି ଜିଲ୍ଲା ର ପାଇପ ଜଳ କର୍ମଚାରୀ ସଂଘ ର କର୍ମଚାରୀ ଯୋଗଦେଇ ଥିଲେ ।

Leave A Reply

Your email address will not be published.