ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନାଲସା ଜାଗୃତି ଯୋଜନା ଏବଂ ନାଲସା ଆଶା ଯୋଜନା ଅନୁଯାୟୀ ବାଲ୍ୟ ବିବାହ ନିରୋଧ ପାଇଁ ଆଇନରେ ରହିଥିବା ବିଭିନ୍ନ ଦିଗ ବିଷୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆଜି (ଶନିବାର) ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକର ଲାବଣ୍ୟଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ ହଲରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ତଥା ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟଙ୍କ ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର , କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଗାରାବନ୍ଧ ଥାନାର ସବ ଇନ୍ସପେକ୍ଟର କୁମାରୀ ଅମ୍ବିକା ବେନିଆ , ଗୋଷାଣୀ ବ୍ଲକର ଆଇ.ସି.ଡି.ଏସ. ସୁପରଭାଇଜର , ଶ୍ରୀମତୀ ତପସ୍ୱିନୀ ଜେନା ତଥା ପାରଳାଖେମୁଣ୍ଡି ସ୍ଥିତ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟର ସମାଜସେବୀ ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ନେଇ ରହିଥିବା ଆଇନର ବିଭିନ୍ନ ଦିଗ ବିଷୟରେ ତର୍ଜମା କରିବା ସହ , ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ନାଲସା)ଙ୍କ ଆଇନ ସଚେତନତା ଯୋଜନାଗୁଡ଼ିକ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ। ବିଶେଷକରି ବାଲ୍ୟ ବିବାହ ନିରୋଧ ଏବଂ ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ନ୍ୟାୟ ପ୍ରାପ୍ତି ସମ୍ପର୍କରେ ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ଚର୍ଚ୍ଚା କରାଯାଇଥିଲା।
ସେହିପରି ଉପସ୍ଥିତ ଅତିଥିମାନେ ନାରୀମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନାଗୁଡିକୁ ନେଇ ସମସ୍ତଙ୍କୁ ଅବଗତ କରେଇବା ସହ ସାଇବର ଅପରାଧ ତଥା ପ୍ଲାଷ୍ଟିକ ବ୍ୟବହାରର ଅପକାର ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲବଣ୍ୟଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ବିରଞ୍ଚି କୁମାର ଦଳପତି , ଗାରାବନ୍ଧ ଥାନାର କର୍ମଚାରୀ ତଥା ଜିଲ୍ଲା ନ୍ୟାୟାଳୟର କର୍ମଚାରୀ ସାହାଯ୍ୟ ସହଯୋଗର ଯଥାର୍ଥ ହାଥ ବଢାଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post