ଟଙ୍କା ଦେବାକୁ ଡାକି ଯୁବତୀକୁ ଦୁଷ୍କର୍ମ କରି ଯୁବକ ଜେଲଗଲା ।

0

କେନ୍ଦୁଝର,ତା୫/୨-ଘଟଗାଁ ଥାନା ଅନ୍ତର୍ଗତ ମଣତା ଗ୍ରାମର ବାଦଲ ସାହୁ ସହିତ ତରା ଗ୍ରାମର ବର୍ଷା (ଛଦ୍ମନାମ) ଝିଅ ସହିତ ଭଲ ସମ୍ପର୍କ ଥିଲା। ତେବେ ଝିଅଟି କିଛିଦିନ ପୂର୍ବେ ବାଦଲକୁ ୩୦ହଜାର ଟଙ୍କା ମାଗିଥିଲା। ବାଦଲ ତା’କୁ ଗତ ଜାନୁୟାରୀ ମାସ ୯ ତାରିଖରେ ଟଙ୍କା ଦେବାକୁ ଡାକି ଟଙ୍କା ନ ଦେଇ ଏକ ନିଭୃତ କୋଠରୀରେ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା। ଏ କଥା କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ବି ଦେଇଥିଲା। ତେଣୁ ଝିଅଟି କିଛିଦିନ ସମ୍ପର୍କୀୟ ଘରକୁ ଚାଲିଯାଇଥିଲା। ପରେ ଝିଅଟି ଘରକୁ ଆସି ସାହସର ସହିତ ଏ କଥା ପରିବାର ଲୋକଙ୍କୁ କହିଥିଲା। ତେଣୁ ଝିଅର ବାପା ବିଜୟ ପାତ୍ର ଗତ ଜାନୁୟାରୀ ୨୦ ତାରିଖରେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଥାନା ଅଧିକାରୀ ଶୁଭ୍ରାଂନ୍ତ କୁମାର ଜେନା କେଶ୍ ନମ୍ବର ୨୬ ଯୋଗେ ଆଇନଗତ ବିଭିନ୍ନ ଧାରା ପକାଇ ତା’କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.