କେନ୍ଦ୍ରାପଡ଼ା:୦୪,୦୨(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ସଂଯୁକ୍ତ ଉଦ୍ୟମରେ ‘ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଉପରେ ଯତ୍ନ ଓ କଲ୍ୟାଣ ଆଇନ–୨୦୦୭’ ସମ୍ବନ୍ଧୀୟ ଏକ ସଚେତନତା କର୍ମଶାଳା ଆଜି କେନ୍ଦ୍ରାପଡ଼ା ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ପୋଲିସ ଉପାଧିକ୍ଷକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରତିନିଧି, ଗ୍ରାମୀଣ ଉନ୍ନୟନ ଅଧିକାରୀ, ବିଭିନ୍ନ ବ୍ଲକ୍ର ବରିଷ୍ଠ ନାଗରିକ ସଂଘର ସଭ୍ୟମାନେ ଓ ସାମାଜିକ ସଂଗଠନ ‘ହେଲ୍ପ ଏଜ୍ ଇଣ୍ଡିଆ’ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କର୍ମଶାଳାରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସେମାନଙ୍କ ଆଇନଗତ ଅଧିକାର, ଭତ୍ତା, ସ୍ୱାସ୍ଥ୍ୟ ସୁବିଧା ଓ ଅବହେଳା ବିରୋଧୀ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା। ଆଇନ–୨୦୦୭ ଅନୁଯାୟୀ ପିତାମାତା ଓ ବରିଷ୍ଠ ନାଗରିକଙ୍କୁ ସନ୍ତାନ ଓ ଉତ୍ତରାଧିକାରୀଙ୍କ ଦ୍ୱାରା ଯତ୍ନ ନେବା ଅନିବାର୍ୟ ବୋଲି ଅଧିକାରୀମାନେ ଉଲ୍ଲେଖ କରିଥିଲେ। ହେଲ୍ପ ଏଜ୍ ଇଣ୍ଡିଆ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ୍ ୧୪୫୬୭ ସହିତ ଅନ୍ୟାନ୍ୟ ସହାୟତା ସେବା ବିଷୟରେ ସୂଚନା ଦିଆଯାଇଥିଲା। ଏହାସହ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ସମସ୍ୟା ନିରାକରଣ ପାଇଁ ଥିବା ଟ୍ରିବ୍ୟୁନାଲ୍ ଓ ପ୍ରି–ପୋଷ୍ଟ ଆସେସ୍ମେଣ୍ଟ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଶେଷରେ ବରିଷ୍ଠ ନାଗରିକଙ୍କ ମର୍ଯ୍ୟାଦା, ସୁରକ୍ଷା ଓ ସୁସ୍ଥ ଜୀବନ ପାଇଁ ସମସ୍ତ ବିଭାଗ ସମନ୍ୱୟରେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇ କର୍ମଶାଳାର ସମାପନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.